ଭୁବନ, ୨୯/୭/୨୦୨୪ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ରେ ଜିଲ୍ଲାପାଳ ଙ୍କ ମିଳିତ ଜନ ଶୁଣାଣି ରେ ସମୁଦାୟ ୧୪୯ ଟି ଅଭିଯୋଗ ଉପରେ ଶୁଣାଣି ହୋଇଥିଲା । ସେଥି ମଧ୍ୟରୁ ୧୨୯ ଟି ବ୍ୟକ୍ତିଗତ ସମସ୍ୟା ହୋଇଥିବା ବେଳେ ୧୭ ଟି ଗ୍ରାମ୍ୟ ସମସ୍ୟା ଥିଲା । ଗ୍ରାମ୍ୟ ସମସ୍ୟା ମଧ୍ୟରେ ପୁରୁଷୋତ୍ତମପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ନଥିବାରୁ ପ୍ରଥମ ସେମିଷ୍ଟାର ପରୀକ୍ଷା ହୋଇନଥିବା ନଥିବା ସମ୍ପର୍କରେ ଅଭିଯୋଗ ହୋଇଥିଲା । ଗଣିତ, ବିଜ୍ଞାନ , ସାହିତ୍ୟ ,ଇଂରାଜୀ ରେ ଜଣେ ଲେଖାଏଁ ଶିକ୍ଷକ ଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ସମ୍ପର୍କରେ ଅଭିଭାବକ ମାନେ ଅଭିଯୋଗ କରିଥିଲେ । ପୂର୍ବରୁ ଦୁଇ ଥର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା ହୋଇନଥିବାରୁ ଅଭିଭାବକ ମାନେ କ୍ଷୋଭ ପ୍ରକାଶ କରିଥିଲେ । ଏହି ଅଭିଯୋଗ ଶୁଣାଣିରେ ୩ ଜଣ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।ଜିଲ୍ଲାପାଳ ଅମ୍ରିତ ଋତୁରାଜ ଙ୍କ ସମେତ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।