(ଓଡ଼ିଆ ଅସ୍ମିତାର ମହାନାୟକ ବୈଷ୍ଣବ ପାଣି ଥିଲେ ଗଣ ହୃଦୟର କବି)
ମାହାଙ୍ଗା,୨୬/୧୦/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )-ଓଡ଼ିଆ ଯାତ୍ରା ନାଟକର ଏନ୍ତୁଡ଼ିଶାଳ, ସୃଜନର ତୀର୍ଥଭୂମି କୋଠପଦା ଠାରେ ଗଣକବି ବୈଷ୍ଣବ ପାଣିଙ୍କ ୧୪୪ ତମ ଜୟନ୍ତୀ ମହା ସମାରୋହରେ ପାଳନ କରାଯାଇଥିଲା । ସାରସ୍ୱତ ସେବାମଞ୍ଚ ମାହାଙ୍ଗାର ସଭାପତି ଡକ୍ଟର ଭାବଗ୍ରାହୀ ରାଉତ ସଭା ପରିଚାଳନା କରିଥିବା ବେଳେ ବିରୂପା ସାହିତ୍ୟ ସଂସଦର ସମ୍ପାଦକ ସାହିତ୍ୟିକ ଡକ୍ଟର ଅଖିଳେଶ ମହାନ୍ତି ସାରସ୍ୱତ ସଭାକୁ ସଂଚାଳନ କରିଥିଲେ ।
ବିଶିଷ୍ଟ କବି,ସାହିତ୍ୟିକ ସଦାଶିବ ଦାଶ ଏହି ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକୁ ଉଦଘାଟନ କରିଥିଲେ । ମାଟି ଆଉ ମଣିଷକୁ ଭଲପାଉଥିବା କବି ବୈଷ୍ଣବ ପାଣିଙ୍କ ସଂଘର୍ଷମୟ ଜୀବନ ଉପରେ ଶ୍ରୀ ଦାସ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବରେ ସାହିତ୍ୟିକା ଡାକ୍ତର ସିପ୍ରା ମଲ୍ଲିକ, ସମ୍ମାନିତ ଅତିଥି ଭାବେ ପ୍ରବାଚକ ପଣ୍ଡିତ ପଦ୍ମନାଭ ତ୍ରିପାଠୀ, ଡକ୍ଟର ଅନୁପ କୁମାର ମାର୍ଥା, ଅଧ୍ୟାପିକା ଡକ୍ଟର କବିତା ଷଢଙ୍ଗୀ, ଅଧ୍ୟାପକ ଡକ୍ଟର ଅଶୋକ କୁମାର ରାଉତ, ସମ୍ମାନିତ ବକ୍ତା ନାଟ୍ୟକାର କିଶୋର ଚନ୍ଦ୍ର ଦାଶ, କବି ପ୍ରଶାନ୍ତ କୁମାର କର, କବି ଗୌତମ ଜେନା, ସମାଜସେବୀ ହିମାଂଧୁ ଶେଖର ଦାଶ, ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ,ପ୍ରାଧ୍ୟାପକ ଗିରିଜା ଶଙ୍କର ମିଶ୍ର, ବେତାର କଣ୍ଠଶିଳ୍ପୀ ବୈକୁଣ୍ଠ ନାଥ ପରିଡା,ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରତାପ କିଶୋର ନାୟକ, ରଂଜିତ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।
ଏହି ଉତ୍ସବକୁ ସମବାୟବିତ ସୁଦାମ ପଲେଇ, ସମାଜସେବୀ ଅଫସର ତୁଲ୍ଲା,ସେନା ଅଧିକାରୀ କ୍ଷୀରୋଦ ନାୟକ,ଯୁବ ସଂଗଠକ ବାସବ ବେହେରା, ପ୍ରସନ୍ନ କୁମାର ପରିଡା,ଅବଦୁଲ ହମିଦ, ପରମାନନ୍ଦ ମହାନ୍ତି, ମନୋଜ ଦାସ,ଦେବେନ୍ଦ୍ର ଯେନା , ଅଜୟ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,ସମବାୟବିତ ରଜନୀକାନ୍ତ ପରିଡା, ଅକ୍ଷୟ କୁମାର ମହାନ୍ତି, ରବୀନ୍ଦ୍ର ବେହେରା, ସରୋଜ କୁମାର ଦାସ, ସୁମନ୍ତ କୁମାର ପଲେଇ, ଲକ୍ଷ୍ମୀଧର ବେହେରା, ସୁବାସ କର,ପ୍ରମୁଖ ଯୋଗଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କବି ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ସୁଧୀର ମହାନ୍ତି, ରଞ୍ଜନ ବଳବନ୍ତରାୟ, ବ୍ରଜବନ୍ଧୁ ପଲେଇ,ସୋମନାଥ ସାମଲ ପ୍ରମୁଖ ଗଣକବିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ଯୁବ ସଂଗଠକ ଜିତେନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ । ଏହି ଜୟନ୍ତୀ ଉତ୍ସବରେ ବହୁ କବି, ସାହିତ୍ୟିକ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।
