ଗଜଲକ୍ଷ୍ମୀ ପୂଜା ପାଇଁ ପାରାଵିଲ ଗ୍ରାମ ଉତ୍ସବ ମୁଖର, ଭସାଣି ୩୧ ରେ

କଟକ ସଦର,୨୬/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ପାରାଵିଲ ଗ୍ରାମ ଉତ୍ସବମୁଖର ହୋଇ ଉଠିଛି। ନଅ ଗୋଟି ପୂଜା ମଣ୍ଡପରେ ମା ଗଜଲକ୍ଷ୍ମୀ ଧରାବତରଣ କରିବା ପରେ ଗ୍ରାମରେ ଗହଳି ଚହଳି ଦେଖାଦେଇଛି। ଧରାବତରଣ ର ସାତଦିନ ପରେ ଅର୍ଥାତ୍ ଆସନ୍ତା ୩୧ ତାରିଖ ଶନିବାର ଭସାଣି ଯାତ୍ରା ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ଜଣାପଡିଛି।

ଭସାଣି ଉତ୍ସବରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି କିଶନନଗର ଥାନା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡି଼ଥିବା ବେଳେ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଶାନ୍ତି ଶୃଙ୍ଖଳାର ସହ ଭସାଣି ଯାତ୍ରା ସମାପନ କରିବାକୁ ଥାନା ଅଧିକାରୀ ମାନେଶ୍ୱର ପ୍ରଧାନ ମେଢ଼ କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *