ଗୋତ୍ରବିଲ ମା ବଜ୍ରମହାକାଳୀ ପୀଠରେ ଅଷ୍ଟମ ପ୍ରହରୀ ନାମଯଜ୍ଞ

ପାଟକୁରା,୦୬/୦୩/୨୦୨୫ (ଓଡିଶା ସମାଚାର)- ଗରଦପୁର ବ୍ଳକ ଅଧୀନ ପଦ୍ମପୁର ଗ୍ରାମପଂଚାୟତ ଗୋତ୍ରବିଲ ଗ୍ରାମର ମା ବଜ୍ରମହାକାଳୀ ପୀଠରେ ଅଷ୍ଟମ ପ୍ରହରୀ ନାମ ଯଜ୍ଞ ଆଜି (ଗୁରୁବାର) ଅନୁଷ୍ଠିତ ହେଉଛି । ଗ୍ରାମବାସୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ଏହି ଧାର୍ମିକ କାର୍ୟ୍ୟକ୍ରମ ବହୁ ବର୍ଷ ହେବ ହୋଇଆସୁଛି । ଆସନ୍ତା କାଲି ସନ୍ଧ୍ୟାରେ ହରିହାଟ ଉତ୍ସଵ ଅନୁଷ୍ଠିତ ହେବ ।

ଆଜି ସନ୍ଧ୍ୟାରେ ପୂର୍ବତନ ମନ୍ତ୍ରୀ ତଥା ପାଟକୁରାର ପୂର୍ବତନ ବିଧାୟକ ବିଜୟ ମହାପାତ୍ର ଗୋତ୍ରବିଲ ଗ୍ରାମର ମା ବଜ୍ରମହାକାଳୀ ପୀଠ ରେ ପହଂଚି ଅଷ୍ଟମ ପ୍ରହରୀ ନାମ ସଂକିର୍ତନ ଶୁଣି ଶ୍ରୀ ହରିଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଶ୍ରୀ ମହାପାତ୍ରଙ୍କୁ ଗ୍ରାମର ମୁରବି ମାନେ ଅଷ୍ଟମ ପ୍ରହରୀ ନାମ ଯଜ୍ଞ ପୀଠ ନିକଟକୁ ପାଛୋଟି ଆଣିଥିଲେ । ସେ ଅନେକ ସମୟ ଧରି ସେଠାରେ ଗ୍ରାମବାସୀଙ୍କ ଗହଣରେ କଟାଇଥିଲେ ।

ପୂର୍ବତନ ସରପଞ୍ଚ ବିପିନ ବିହାରୀ ସାମଲ, ପୂର୍ବତନ ସମିତିସଭ୍ୟ ନୃସିଂହ ଚରଣ ସାମଲ, ପୂର୍ବତନ ସମିତିସଭ୍ୟ ଭଜହରୀ ସେନାପତି, ରମେଶ ଚନ୍ଦ୍ର ମହାନ୍ତି, ସହଦେଵ ନାୟକ, ମଦନ ମୋହନ ସାହୁ, କାଙ୍ଗାଳି ଚରଣ ବେହେରାଙ୍କ ସମେତ ସମସ୍ତ ଗ୍ରାମର ମୁରବି ମାନେ ଶ୍ରୀ ମହାପାତ୍ରଙ୍କୁ ପାଛୋଟି ଆଣି ପୀଠ ସ୍ଥଳୀ ନିକଟରେ ବୁଲାଇଥିଲେ । ଗୋତ୍ରବିଲ ଗ୍ରାମର ସମସ୍ତ ଜନସାଧାରଣଙ୍କ ସହଯୋଗରେ ଏହି ଧାର୍ମିକ ଅନୁଷ୍ଠାନ ହେଉଥିବାରୁ ଶ୍ରୀ ମହାପାତ୍ର ଗ୍ରାମବାସୀଙ୍କୁ ପ୍ରଶଂସା କରିଥିଲେ ଓ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *