ଭବାନିପାଟଣା,୨୭/୦୧/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ)-କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସ୍ଥିତ କୁଟରୁଖମାର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋବରା ଗ୍ରାମରେ ଠାରେ ବିର୍ସା ମୁଣ୍ଡା ୟୁଥ୍ କ୍ଲବ୍ ଦ୍ଵାରା ଦୃତ୍ୟ ବିଦ୍ୟାଧର ସାହୁ ସ୍ମାରକୀୟ ବ୍ୟାଡମିଣ୍ଟନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇସାରିଛି । ଏହି ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସୀତାରାମ ମାଝୀ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତା ଗତ ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ହୋଇଥିଲା । ଏହି ପ୍ରତିଯୋଗିତା ରେ କଳାହାଣ୍ଡି ଜିଲ୍ଲାର ୧୬ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଭବାନିପାଟଣା, ଜୁନାଗଡ଼, ଜୟପାଟଣା କୁଟରୁଖମାର ଓ ଗୋବରା ରୁ ଖେଳାଳି ମାନେ ଯୋଗ ଦେଇଥିଲେ ।ଏହି ପ୍ରତିଯୋଗିତା ରେ ବିଜେତା ଭାବେ ଜୁନାଗଡ଼ର ରାକେଶ ବେମାଲ ଓ ମାନବ ନାଏକ ଏବଂ ଉପବିଜେତା ରେ ଭବାନିପାଟଣାର ବିଶ୍ୱଜିତ୍ ମାଝୀ ଓ ସୁମିତ ମାଝୀ ଙ୍କୁ ବିର୍ସା ମୁଣ୍ଡା ୟୁଥ୍ କ୍ଲବ୍ ଦ୍ଵାରା ପୁରସ୍କୃତ କରା ହୋଇଥିଲା । ଏହି ପ୍ରତିଯୋଗିତାରେ ସଂଘଠନ ଦଳର ତୁଳସୀ ନାଗ,ଅମିତ୍ ମାଝୀ, ମୁକେଶ ମାଝୀ,ଥାବିର ନାଗ,ପବିତ୍ର ନାଗ,ବାବ୍ଲୁ ମାଝୀ, ଭୁପେନ୍ଦ୍ର ମାଝୀ,ଅମନ ମାଝୀ,ହେମନ୍ତ ମାଝୀ,କୁନାଲ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।
ଦୃତ୍ୟ ବିଦ୍ୟାଧର ସାହୁ ସ୍ମାରକୀୟ ବ୍ୟାଡମିଣ୍ଟନ କ୍ରୀଡା ପ୍ରତିଯୋଗିତା ।
