ଶାନ ଏଫସି କୁ ହରାଇ ମା’ତାରିଣୀ ଏଫସି ସେମିଫାଇନାଲରେ

ନିମାପଡ଼ା, ୧୫/୦୨/୨୦୨୪ (ଓଡ଼ିଶା ସମାଚାର)-୯ମ ପଦ୍ମଚରଣ ସାମନ୍ତ ସିଂହାର ସ୍ମାରକୀ ଅଲ ଓଡିଶା ଫୁଟବଲ ଟୁର୍ନାମେଣ୍ଟ ଆଜି ଚତୁର୍ଥ କ୍ଵାଟର ଫାଇନାଲ ମ୍ୟାଚ ମା’ ତାରେଣୀ ଏଫସି କେଉଁଁଝର ଏବଂ ଶାନ ଏଫସି ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମାର୍ଦ୍ଧ ଖେଳର  ୭ ମି.ସମୟରେ ଶାନ ଏଫସିର  ଖେଳାଳି ମୁନ୍ନା କୁମାର ଗୋଲ ଦେଇ ଦଳକୁ ୧ – ୦ ଅଗ୍ରଣୀ କରାଇଥିଲେ ।  ଦ୍ଵିତୀୟାର୍ଦ୍ଧ ଖେଳର ୬୯ ମି. ସମୟରେ ମା’ତାରେଣୀ ଏଫସିର ଖେଳାଳି ବାପୁନି ମାରାଣ୍ଡି ଗୋଲ ଦେଇ ସ୍ଥତି ବରାବର କରିଥିଲେ ।  ଖେଳ ୧ -୧ରେ ଅମୀମାଂଶିତ ରହିବାରୁ ଶେଷରେ ଟାଇବ୍ରେକର ପଦ୍ଧତିର ସହାୟତା ନିଆଯାଇଥିଲା । ମା’ତାରେଣୀ ଏଫସି  ୭ – ୬ ଗୋଲରେ ଶାନ ଏଫସିକୁ ହରାଇ ସେମି ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ।  ମା’ତାରେଣୀ ଏଫସିର  ଖେଳାଳି ଗୋଲକିପର ରାମସିଂ ଟୁଡୁ ଶ୍ରେଷ୍ଠ ଖେଳାଳି ଭାବେ ଆସୋସିଏସନର ଉପଦେଷ୍ଟା ମେଜର ଅମରେଶ ନନ୍ଦନ ସାହୁଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଆଜି ମୁଖ୍ୟଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପନଗରପାଳ ସନ୍ତୋଷ ଦାଶ ଏବଂ ସନ୍ନମାନୀତ ଅତିଥିଭାବେ ଏବିଓ ଶ୍ରୀମତୀ ସୌଦାମିନୀ ଦାସ ଯୋଗଦେଇଥିଲେ । ରାଜେନ୍ଦ୍ର ବାରିକ ମ୍ୟାଚ ପରିଚାଳନା କରିଥିବା ବେଳେ ସୁଦୀପ୍ତ ଦାଶ , ଟୁଟୁ ବାହିନୀପତି ଓ ନିର୍ମଳ ମିଶ୍ର ସହଯୋଗ କରିଥିଲେ । ଆଥେଲେଟିକ ଆସୋସିଏସନ  ଉପଦେଷ୍ଟା ମହେନ୍ଦ୍ର ସିଂ ଭାଟିଆ ଉପସଭାପତି ଦୋଳଗୋବିନ୍ଦ ସେଠୀ,  ସମ୍ପାଦକ ଜୀବନାନନ୍ଦ ମହାପାତ୍ର, ବିଶ୍ୱଜିତି ମଲ୍ଲିକ, ପ୍ରକାଶ ବରାଳ, ଜିତେଶ କାନୁନଗୋ, ଜ୍ୟୋତିରଞ୍ଜନ ସାହୁ, ଅକ୍ଷୟ ପାତ୍ର, ଅଜୟ କୁମାର ପାଣି ଏବଂ କ୍ରୀଡା ଶିକ୍ଷକ ରଂଜିତ କେଶରୀ ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଆସନ୍ତା କାଲି ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ମା’ ତାରିଣୀ ଏଫସି କେଉଁଝର ଏବଂ ଭଞ୍ଜନଗର ଏଫସି ମଧ୍ୟରେ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *