ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୪ ଉପଲକ୍ଷେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ଭୁବନେଶ୍ୱର, ୧୫/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗ ଦ୍ୱାରା ରାଜ୍ୟରେ ପ୍ରଥମ ଥର ଆୟୋଜିତ ହେଉଛି ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୪ । ଏହି ଉପଲକ୍ଷେ ଆଜି ଜନତା ମଇଦାନଠାରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ବାଲୁକା କଳା ଆଜି ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ସମାବେଶର ଥିମ୍‌ ‘କଲେ ମତ୍ସ୍ୟ-ପ୍ରାଣୀ ପାଳନ, ଆୟ ହୋଇବ ବହୁଗୁଣ’କୁ ନେଇ ଶ୍ରୀ ପଟ୍ଟନାୟକ ଚମତ୍କାର ଶୈଳୀରେ ଏହି ବାଲୁକା କଳାର ପ୍ରଦର୍ଶନ କରିଛନ୍ତି । ଏଥିରେ ସମାବେଶର ଲୋଗୋ ଓ ମାସ୍କଟ ‘ମାନି’କୁ ସ୍ଥାନିତ କରାଯାଇ ଗୋଟିଏ ପାଶ୍ୱର୍ରେ ମତ୍ସ୍ୟ ଓ ଗୋଟିଏ ପାଶ୍ୱର୍ରେ ପ୍ରାଣିସଂପଦର ଚିତ୍ର ଦର୍ଶକଙ୍କୁ ଆକୃଷ୍ଟ କଲାପରି ଶୈଳୀରେ ପ୍ରଦର୍ଶିତ କରାଯାଇଛି ।

        ସାଣ୍ଡଆର୍ଟଟି ଏକ ପ୍ରାକୃତିକ ଢଙ୍ଗରେ ସମାବେଶ ପଡ଼ିଆରେ ଗୋଟିଏ ପାଶ୍ୱର୍ରେ ସ୍ଥାନିତ ହୋଇଥିବାରୁ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ସମାବେଶରେ ଏହା ଏକ ପ୍ରମୁଖ ପ୍ରଦର୍ଶନସ୍ଥଳ ପାଲଟିବ । ପ୍ରାଣିସଂପଦ ଓ ମତ୍ସ୍ୟଚାଷର ଯୁଗଳବନ୍ଦୀକୁ ନେଇ ନିର୍ମିତ ଏହି କଳା ସୁନ୍ଦର ଢଙ୍ଗରେ ସଜ୍ଜିତ କରାଯାଇଛି ।

        ଏହା ସହ ହରିଆଣାର ବଫାଲୋ ବୁଲ୍‌ ‘ଯୁବରାଜ୍‌’ ସମାବେଶରେ ଦର୍ଶକମାନଙ୍କୁ ବାନ୍ଧି ରଖିବ ।

Leave a Reply

Your email address will not be published. Required fields are marked *