କେନ୍ଦ୍ରାପଡ଼ା,୧୪/୧୦/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଗତ ୯ବର୍ଷ ହେଲା ଅନୁଷ୍ଠିତ ହୋଇଆସୁଥିବା ତୁଳସୀକ୍ଷେତ୍ର ହବିଷ୍ୟାଳୀ ଉତ୍ସବର ଚଳିତବର୍ଷ କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତବର୍ଷ ଉତ୍ସବ ପରିଚାଳନା, ସ୍ୱେଚ୍ଛାସେବୀଙ୍କ ଭୂମିକା, ପରିମଳ, ସ୍ୱାସ୍ଥ୍ୟସେବା ଓ ସତ୍ସଙ୍ଗ ପରିଚାଳନା ପ୍ରଭୃତି ଉପରେ ଆଲୋଚନା କରାଯାଇ ବିଭିନ୍ନ ପ୍ରସ୍ତାବ ମାନ ଗ୍ରହଣ କରାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ହବିଷ୍ୟାଳୀ ପରିଚାଳନା କମିଟି ଆବାହକ ଦ୍ରୌପଦୀ ରାଉତ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି, ସମାଜସେବୀ ରାଜକିଶୋର ସାହୁ, ରମଣୀରଞ୍ଜନ ରାଉତରାୟ, ସୁଶାନ୍ତ ସ୍ୱାଇଁ, କ୍ଷୀରୋଦ ନାଥ, ସରୋଜକାନ୍ତ ଜେନା, ମନୋରଞ୍ଜନ ତ୍ରିପାଠୀ, ଶୁକାନ୍ତ କୁମାର ସାହୁ, ଶ୍ରୀଧର ମହାନ୍ତି, ପଙ୍କଜିନୀ ସାମଲ, କରୁଣାକର ଦାସ, ଭାରତୀ ସେନାପତି, ମାନିନୀ ସେନାପତି, ମମତାମୟୀ ସାମଲ, ଗୌତମ ସାହୁ, ଶୁଭେନ୍ଦୁ କୁମାର ବାରିକ, ଦେବାଶିଷ ସାହୁ, ଲଳିତ ସାହୁ, ଦିବାକର ସାହୁ, ହିତେଶ ସ୍ୱରୂପ ସେନାପତି, ବିକାଶ ଚନ୍ଦ୍ର ସ୍ୱାଇଁ, ଆଲୋକ ସେନାପତି, ନିରୁପମା ରାଉତ, ପ୍ରଜ୍ଞା ପ୍ରଗଳ୍ଭା ଚୟନୀ, ସନ୍ତୋଷ ପଣ୍ଡା, ଶୁଭାଂଶୁ ଦାସ, ବଳଦେବ ସେନା ଓ ଧର୍ମରକ୍ଷା ସେନାର ସଭ୍ୟମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଚ୍ଚିକାନ୍ତ ନାଥ ସଭା ପରିଚାଳନା କରିଥିବା ବେଳେ ଶେଷରେ ବ୍ରହ୍ମଚାରୀ ନୃସିଂହନାଥ ଧନ୍ୟବାଦ ଅର୍ପଣ କରିଥିଲେ ।
