ଭୁବନ,୦୯/୧୦/୨୦୨୬(ଓଡ଼ିଶା ସମାଚାର)-ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ସକାଶେ ନାମାଙ୍କନ ଦାଖଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ପ୍ରଜ୍ଞାରଞ୍ଜନ ସାହୁ ସଭାପତି ଓ ଜ୍ଞାନରଞ୍ଜନ ଗୁରୁ ସାଧାରଣ ସମ୍ପାଦକ ପଦବୀ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ଅପରପକ୍ଷେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମହିଳାଙ୍କୁ ଆଗକୁ ଆଣି ସୁଯୋଗ ଦିଆଯାଇଛି । ପ୍ରଥମ ଥର ପାଇଁ ବାଜିରାଉତ କଲେଜରେ ମହିଳା ଙ୍କ ସ୍ୱର ଓ ନ୍ୟାୟ ପାଇଁ ବିଜୁ ଛାତ୍ର ଜନତା ଦଳ ତରଫରୁ ମହିଳା ମାନଙ୍କୁ ସୁଯୋଗ ଦିଆଯାଇଛି । ଛାତ୍ର ସଂସଦ ସଭାପତି ପଦବୀ ପାଇଁ ସ୍ବର୍ଣ୍ଣ ଲକ୍ଷ୍ମୀ ବାରିକ ଓ ସାଧାରଣ ସଂପାଦକ ପଦବୀ ପାଇଁ ରୁପାଲୀ ଦାସ ନିଜ ସମର୍ଥକ ଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁ ପୋଲିସ ବାହିନୀଙ୍କ ସହ ଉପସ୍ଥିତ ଥିଲେ । ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଚଳିତ ବର୍ଷ ଏବିଭିପି ସହିତ ବିଜୁ ଛାତ୍ର ଜନତା ଦଳର କଡ଼ା ମୁକାବିଲା ହେବ ବୋଲି ଅନୁମାନ କରାଯାଉଛି।
