କଟକ ସଦର,୦୭/୧୦/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ର ଐତିହାସିକ ତଳ ବାଲିଯାତ୍ରା ପଡି଼ଆଠାରୁ ମଙ୍ଗଳାବାଗ ପର୍ଯ୍ୟନ୍ତ ଆଜି ବୁଧବାର ଦିନ କଟକ ଜିଲ୍ଲା ବିଜେପି ପକ୍ଷରୁ ସଭାପତି ସୁକାନ୍ତ ବିଶ୍ୱାଳଙ୍କ ନେତୃତ୍ଵରେ ସେବା ଜ୍ୟୋତି ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। 

ଏହି ଅବସରରେ କଟକ ଇନ୍ କଟକ ଠାରେ ଦିଲ୍ଲୀରୁ ପ୍ରସାରିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ସଂକଳ୍ପ ସିଧା ପ୍ରସାରଣ କାର୍ଯ୍ୟକ୍ରମକୁ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନେ ଦେଖି ସଂକଳ୍ପ ନେଇଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଓଡି଼ଶା ଦାୟିତ୍ୱରେ ଥିବା ବିଜେପି ସହ ପ୍ରଭାରୀ ସ୍ୱଦେଶ ସିଂ, କଟକ ସାଂସଦ ଭର୍ତୃହରି ମହତାବ,ରାଜ୍ୟ ବିଜେପି ମୁଖପାତ୍ର ଦିଲିପ ମଲ୍ଲିକ, ଗ୍ରାମୀଣ ସଭାପତି ରାମ ନାରାୟଣ ମହାନ୍ତି, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ନିଆଳି ବିଧାୟକ ଛବି ମଲ୍ଲିକ, ବଡମ୍ବା ବିଧାୟକ ବିଜୟ କୁମାର ଦଳବେହେରା, ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ,ଅଭୟ ବାରିକ, ଅରିନ୍ଦମ ରାୟ, ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଓ କର୍ମୀ ସାମିଲ ହୋଇଥିଲେ।

