ପୁରୀ, ୧୪/୦୨/୨୦୨୪ (ଓଡ଼ିଶା ସମାଚାର)-ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଶାନ୍ତି ଓ ନିରାପତା ସୁନିଶ୍ଚିତ କରିବା ନେଇ ପୁରୀ ପୁଲିସ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା ସହିତ ଭିତରେ ମୋବାଇଲ ଦ୍ୱାରା ଫୋଟୋ ଉତୋଳନକୁ ବାରଣ କରାଯାଇଛି । ଏହା ଉପରେ ସ୍ୱତନ୍ତ୍ର ନଜର ରଖିବ ପୁରୀ ପୁଲିସ । ପ୍ରାଥମିକ ଭାବେ ଏ ନେଇ ପୁଲିସ ପକ୍ଷରୁ ସଚେତନତା ସୃଷ୍ଟି କରାଯାଇଥିବା ବେଳେ ନିୟମ ଉଲ୍ଲଂଘନ କଲେ କଡା ପଦକ୍ଷେପ ନିଆଯିବ । ପୁଲିସର ଏପରି ପଦକ୍ଷେପକୁ ସେବାୟତ ବୁଦ୍ଧିଜୀବୀ ସ୍ୱାଗତ କରିବା ସହ ପ୍ରଶଂସା କରିଛନ୍ତି ।