ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ରୟମାସିକ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମ

ଜଗତସିଂହପୁର,୦୩/୧୦/୨୦୨୬(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅକ୍ଟୋବର-୨୦୨୬ ଠାରୁ ଡିସେମ୍ବର-୨୦୨୬ ମାସ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକ୍ କାର୍ଯ୍ୟାଳୟ ଓ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ । ଅକ୍ଟୋବର ମାସ ୫ ତାରିଖ ଦିନ କୁଜଙ୍ଗ ବ୍ଳକ କାର୍ଯ୍ୟାଳୟ, ଅକ୍ଟୋବର ୧୨ ତାରିଖ ଦିନ ବିରିଡ଼ି ବ୍ଳକ୍ କାର୍ଯ୍ୟାଳୟ, ଅକ୍ଟୋବର ୨୬ ତାରିଖ ଦିନ ନାଉଗାଁ ବ୍ଳକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ।

ସେହିପରି ନଭେମ୍ୱର ମାସ ୨ ତାରିଖ ଦିନ ବାଲିକୁଦା ବ୍ଲକ୍ କାର୍ଯ୍ୟାଳୟ, ନଭେମ୍ୱର ୯ ତାରିଖ ଦିନ ଏରସମା ବ୍ଲକ୍ କାର୍ଯ୍ୟାଳୟ, ନଭେମ୍ୱର ୧୬ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ନଭେମ୍ୱର ୨୩ ତାରିଖ ଦିନ ରଘୁନାଥପୁର ବ୍ଳକ୍ କାର୍ଯ୍ୟାଳୟ ଓ ନଭେମ୍ୱର ୩୦ ତାରିଖ ଦିନ ତିର୍ତ୍ତୋଲ ବ୍ଳକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ । ସେହିପରି ଡିସେମ୍ବର ମାସ ୭ ତାରିଖ ଦିନ କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ,  ଡିସେମ୍ବର ୧୪ ତାରିଖ ଦିନ ବିରିଡ଼ି ବ୍ଳକ୍ କାର୍ଯ୍ୟାଳୟ, ଡିସେମ୍ବର ୨୧ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଡିସେମ୍ବର ୨୮ ତାରିଖ ଦିନ ନାଉଗାଁ ବ୍ଳକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ।

ଏହିସବୁ ଶିବିରରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ,ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ବିକାଶ- ତଥା-ନିର୍ବାହୀ ଅଧିକାରୀ, ଉପ-ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଳକସ୍ତରୀୟ ଅଧିକାରୀ,କ୍ଷେତ୍ରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିବେ । ଜିଲ୍ଲାର ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *