କଟକ ସଦର,୨୨/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆସନ୍ତା ୨୬ ତାରିଖରେ ପ୍ରଫେଟ୍ ମହମ୍ମଦ ଙ୍କ ଜନ୍ମ ଦିବସକୁ ସାରା ବିଶ୍ବ ଇଦ୍-ମିଲାଦ-ଉନ-ନଵୀ ଭାବେ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ କିଶନନଗର ଥାନା ଅଞ୍ଚଳରେ ଏହି ପର୍ବକୁ ଧୁମଧାମରେ ଶାନ୍ତି ଶୃଙ୍ଖଳାର ସହ ସମ୍ପାଦନ କରିବାକୁ ମୁସଲମାନ ସମ୍ପ୍ରଦାୟଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ଏଥିପାଇଁ ସର୍ଦ୍ଦାର ଆସିଫ୍ ଅଲ୍ଲୀ ଖାନ(ଜାନ) ଙ୍କ ଆବାହକତ୍ୱରେ ଏଵଂ ଉର୍ସ କମିଟି ସଭାପତି ୟାକୁବ ଖାଁ ଙ୍କ ପୌରୋହିତ୍ୟରେ ପ୍ରହରାଜପୁର ପୀର ବାବାଙ୍କ ପୀଠରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଆଲୋଚନା ହୋଇଛି। ଉକ୍ତ ଦିନ ଧର୍ମୀୟ ବାର୍ତ୍ତା ପ୍ରଚାର ପାଇଁ ଥାନା ଅଞ୍ଚଳରେ ଥିବା ସବୁ ମୁସଲିମ ବସ୍ତିର ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଗଡମା ଠାରୁ ପ୍ରହରାଜପୁର ଦେଇ କିଶନନଗର ସାମନ୍ତରାପୁର ଓ ସୋମପୁର ପର୍ଯ୍ୟନ୍ତ ଏକ ବଡଧରଣର ଜୁଲୁସ୍(ଶୋଭାଯାତ୍ରା) ପରିକ୍ରମା କରିବା ସହିତ ଗଡମା ଠାରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଜଣାଯାଇଛି। 
ପ୍ରଥମ ବୈଠକରେ କିଶନନଗର ଥାନା ଅଧିକାରୀ ମାନେଶ୍ୱର ପ୍ରଧାନ ଯୋଗ ଦେଇଥିଲେ । ଚୁଡାନ୍ତ ବୈଠକରେ ପ୍ରହରାଜପୁର ସରପଂଚ ଅବଦୁଲ ୱ।ହିଦ ଖାଁ, ସମିତି ସଭ୍ୟ ଲିୟାକତ ଅଲ୍ଲୀ ଖାନ,ସୟଦ କୌଶର ଅଲ୍ଲୀ,ରୁସ୍ତମ ମହମ୍ମଦ,ଫିରଦୋଶ ହୁସେନ୍,ସୟଦ ନୟୀମ ଅଲ୍ଲୀ,ସଫିକ ମହମ୍ମଦ, ଶେଖ୍ ଗୟାସ ଉଦ୍ଦିନ୍, ଶେଖ୍ ସରୱ।ର,ତଜମୁଲ୍ ହୁସେନ, ଅବଦୁଲ ଵୁରାହାନ, ୟାକୁବ ଅଲ୍ଲୀ,ସାଵିର ଅଲ୍ଲୀ,ଅସରଫ୍ ଅଲ୍ଲୀ ଖାନ, ନାସିର ଉଦ୍ଦିନ ଖାଁ,ଆସିକ ଖାଁ,ଆନିସ୍ ଖାଁ ପ୍ରମୁଖ ବହୁ ସାହି ମୁରଵୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।
