ତିଖିରି ସରପଂଚ ଚାମେଲି ଓଝାଙ୍କ ମାମଲା ତଦନ୍ତ କରିବ ଜାତୀୟ ମାନବାଧିକାର କମିଶନ

କେନ୍ଦ୍ରାପଡ଼ା, ୦୨/୧୦/୨୦୨୬ (ଓଡ଼ିଶା ସମାଚାର)- ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ର ତିଖିରି ପଂଚାୟତ ସରପଂଚ ଚାମେଲି ଓଝାଙ୍କ ନିର୍ଯ୍ୟାତନା ମାମଲାର ତଦନ୍ତ କରିବ ଜାତୀୟ ମାନବାଧିକାର କମିଶନ । ଗତ ଜୁନ ୧୧ ତାରିଖରେ ମହାକାଳପଡ଼ା ବିଡିଓଙ୍କ ଚାମ୍ବର ଭିତରେ ଚାମେଲିଙ୍କ ସହିତ ମାରପିଟ ଓ ଦୁର୍ବ୍ୟବହାର ଅଭିଯୋଗର ତଦନ୍ତ କରିବ କମିଶନ୍ । ଏଥିପାଇଁ ଏକ ୩ ଜଣିଆ ଟିମ୍ ଅକ୍ଟୋବର ୫ ରେ କେନ୍ଦ୍ରାପଡାରେ ପହଂଚିବେ । ଏନେଇ କମିଶନଙ୍କ ଦିଲ୍ଲୀ କାର୍ଯ୍ୟାଳୟରୁ କେନ୍ଦ୍ରାପଡା ଏସପି ଓ ଜିଲାପାଳଙ୍କୁ ପତ୍ର ମାଧ୍ୟମରେ ଆଗୁଆ ସୂଚନା ଦିଆଯାଇଛି । ଘଟଣାରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ଭେଟି କମିଶନ ପଚରା ଉଚରା କରିବେ । ମହାକାଳପଡ଼ା ପୋଲିସ ଅଧିକାରୀ, ମହାକାଳପଡ଼ା ବିଡିଓ, ବିଡିଓଙ୍କ କାର୍ଯ୍ୟାଳୟର କର୍ମଚାରୀ, ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀ, ତଦନ୍ତକାରୀ ଅଧିକାରୀ ଓ ଡାକ୍ତରଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡିଛି । ତେବେ ଏ ସମ୍ପର୍କରେ ଜିଲା ପ୍ରଶାସନ , ପୋଲିସ ର ପ୍ରତିକ୍ରିୟା ମିଳି ପାରି ନାହିଁ ।

Leave a Reply

Your email address will not be published. Required fields are marked *