ଭୁବନେଶ୍ୱର,୦୨/୧୦/୨୦୨୬(ଓଡ଼ିଶା ସମାଚାର)- ବିଶିଷ୍ଟ ଚିକିତ୍ସକ ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର ଅସୁସ୍ଥ। କିଛିଦିନ ତଳେ ସେ ମସ୍ତିଷ୍କ ଯନ୍ତ୍ରଣାରେ ଅସୁସ୍ଥ ହୋଇ ସମ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ। ଅଧିକ ଉନ୍ନତ ଚିକିତ୍ସା ଲାଗି ତାଙ୍କୁ ନୂଆଦିଲ୍ଲୀ ଏମ୍ସ କୁ ସ୍ଥାନାନ୍ତର କରାଯାଇଛି। ସ୍ଥାନାନ୍ତରଣ ବେଳେ ତାଙ୍କର ସହିତ ଏକ ଡାକ୍ତରୀ ବିଶେଷଜ୍ଞ ଦଳ ପଠାଯାଇଛି। ଏଥିସହ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆର) ବରିଷ୍ଠ ଅଧିକାରୀ ଓ ପରିବାର ବର୍ଗ ଉପସ୍ଥିତ ରହି ଡା. ମହାପାତ୍ରଙ୍କ ଚିକିତ୍ସା ସମ୍ପର୍କରେ ଡାକ୍ତରଙ୍କ ସହିତ ଅଧିକ ପରାମର୍ଶ କରିଛନ୍ତି।
ବିଶିଷ୍ଟ ଚିକିତ୍ସକ ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର ଅସୁସ୍ଥ
