ଗାନ୍ଧିଜୀଙ୍କ ଅହିଂସା ନିତି, ବିଶ୍ୱକୁ ମାନବିକତାର ଗୁରୁମନ୍ତ୍ର ଦେଇପାରିଛି –
ମାହାଙ୍ଗା, ୦୨/୧୦/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )- କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗାନ୍ଧୀ ଛକରେ ଜାତିର ଜନକ ମହାତ୍ମାଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଗାନ୍ଧିଜୀଙ୍କ ନିତି, ଆଦର୍ଶ ଓ ବିଚାର ଧାରା ବିଶ୍ୱକୁ ମାନବିକତାର ଗୁରୁ ମନ୍ତ୍ରରେ ଅଭିମନ୍ତ୍ରିତ କରିପାରିଛି । ଆଜିର ଯୁବ ସମାଜ ସତ୍ୟ ନ୍ୟାୟ ଓ ସଦଭାବନା ପ୍ରତିଷ୍ଠା କ୍ଷେତ୍ରରେ ନିଜକୁ ସମର୍ପିତ କରିବା ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଆହ୍ୱାନ ଦେଇଥିଲେ ।
ଗାନ୍ଧୀ ବିଚାର ମଞ୍ଚର ସଭାପତି ସାହିତ୍ୟିକ ଡକ୍ଟର ଅଖିଳେଶ ପଦ ମହାନ୍ତିଙ୍କ ପୌରହୀତ୍ୱରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ବୀର ଯବାନ, ଅବସରପ୍ରାପ୍ତ ପୋଲିସ ଅଧିକାରୀ,ବିଶିଷ୍ଟ ଶିକ୍ଷାବିତ, ସମାଜସେବୀ ଏବଂ ବରିଷ୍ଠ ନାଗରିକ ମାନଙ୍କୁ ପୁଷ୍ପଗୁଛ ଉତ୍ତରୀୟ ଏବଂ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ କିଶୋର ଚନ୍ଦ୍ର ଦାଶ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷକ ନଗେନ ବେହୁରା, ବଜାର କମିଟି ଉପସଭାପତି ଅଫସର ତୁଲ୍ଲା,ଆଇନୀଜୀବୀ ଲଛମନ ସିହ୍ନା,ସମାଜସେବୀ ରାହାସ ବିହାରୀ ବିଶ୍ୱାଳ,ପଣ୍ଡିତ ବ୍ରଜବନ୍ଧୁ ପଲେଇ,ସମବାୟବିତ ସୁଦାମ ପଲେଇ,ଯୁବ ସମାଜସେବୀ ବିଭୁତି ଭୂଷଣ ଦାସ,ଏମ୍ବିକେ ଆରତୀ ନାୟକ ପ୍ରମୁଖ ଯୋଗଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।
ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରତାପ କିଶୋର ନାୟକ, ସମ୍ମାନିତ ବକ୍ତା ଭାବେ ସାମ୍ବାଦିକ ବିଜୟ କୁମାର ଜେନା, ସାମ୍ବାଦିକ ଅସିତ କୁମାର ସାମଲ, ସାମ୍ବାଦିକ ଦିବାକର ରାଉତ, ସାମ୍ବାଦିକ ହରିହର ସାହୁ, ସାମ୍ବାଦିକ ବିକାଶ ମହାନ୍ତି, ପ୍ରମୁଖ ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ରରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ ।
ସେନା ଅଧିକାରୀ ପୁନାନନ୍ଦ ମହାନ୍ତି,ବୀର ଯବାନ ଗଣେଶ ଚନ୍ଦ୍ର ସାମଲ,ବୀର ଯବାନ କ୍ଷୀରୋଦ ନାୟକ,ବୀର ଯବାନ ପ୍ରଶାନ୍ତ କୁମାର ସାହୁ,ପୋଲିସ ଅଧିକାରୀ ତ୍ରିଲୋଚନ ବେହେରା,ବରିଷ୍ଠ ନାଗରିକ ଶତାୟୁ ସୁନାକର ବେହେରା,ପୂଜକ ଅନନ୍ତ ଚରଣ ପଣ୍ଡା,ନାଟ୍ୟକାର କିଶୋର ଚନ୍ଦ୍ର ଦାଶ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବଜାର କମିଟିର ସଂଗଠନ ସମ୍ପାଦକ ପ୍ରକାଶ ବେହେରା,ଆଇନୀ ପରାମର୍ଶଦାତା ଲଛମନ ସିହ୍ନା, ବଳରାମ ସାହୁ, କ୍ଷୀରୋଦ ଦାଶ, ପ୍ରଦୀପ ପଲେଇ, ରମେଶ ବେହେରା, ବିଜୟ ଦାଶ, ରମେଶ ମହାନ୍ତି,ମାୟାଧର ସାହୁ,ସରୋଜ ଦାସ,ଅବଦୁଲ ମନାନ,ବାସବ ବେହେରା, କୈଶୋର ଦାସ,ବିଚିତ୍ରା ରାଉତ, ସ୍ଵର୍ଣ୍ଣଲକ୍ଷ୍ମୀ ଦାସ,ରୋଜି ମହାପାତ୍ର,ପ୍ରମୁଖ ଉପସ୍ଥିତ ଥିଲେ ।
