ବିଭିନ୍ନ ସ୍ଥାନରେ ସରସ୍ଵତୀ ପୂଜା ଅନୁଷ୍ଠିତ

ନିରାକାରପୁର, ୧୪/୦୨/୨୦୨୪ (ଓଡ଼ିଶା ସମାଚାର)-  ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଓ ତାର ଆଖପାଖ ଅଞ୍ଚଳରେ ବିଦ୍ୟାଦାତ୍ରୀ ମା ସରସ୍ବତୀଙ୍କ ପୂଜା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟତଃ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ମାନେ ନୂଆ ବସ୍ତ୍ର ପରିଧାନ କରି ନିଜ ସ୍କୁଲ କଲେଜକୁ ଆଜି ମା ସରସ୍ବତୀଙ୍କ ପୂଜା ଅର୍ଚ୍ଚନା କରିବା ସହିତ ସରସ୍ବତୀଙ୍କ ଆଶିଷ ଲାଭ କରିଥିଲେ। ନିରାକାରପୁର କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ, ପଦ୍ମପୁର ସ୍ଥିତ    ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଆର୍ଯ୍ୟ ବିହାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ,କମାଗୁରୁ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଏସ ଏନ୍  ଟ୍ୟୁଟରିଆଲ୍, ନେତାଜୀ ପବ୍ଲିକ ସ୍କୁଲ, ୟୁରମିରା ସ୍କୁଲ ଓ ବ୍ରିଗେଡିଆର ସ୍କୁଲ ପ୍ରଭୃତି ମା ସରସ୍ବତୀଙ୍କ ପୂଜା ଧୁମଧାମରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରେ ଭୋଜି ଭାତ ର ଆସର ଜମିଥିଲା। ଶିକ୍ଷା ଅନୁଷ୍ଠାନ ବ୍ୟତୀତ ବିଭିନ୍ନ ସ୍ଥାନରେ ମଧ୍ୟ ସରସ୍ବତୀଙ୍କ ପୂଜା ଅର୍ଚ୍ଚନା କରାଯାଇଥିଲା।

Leave a Reply

Your email address will not be published. Required fields are marked *