ଗରଦପୁର, ୦୨/୧୦/୨୦୨୬(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅଧିନସ୍ଥ ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ବସନ୍ତପୁର ଠାରେ ଥିବା ଶିରିଡ଼ି ସାଇ ମନ୍ଦିର ପରିସରରେ ଉଦବୃତ ଜଳ ନିଷ୍କାସନ ସମସ୍ୟା ରହିଥିବା । ବିଶେଷକରି ବର୍ଷା ଦିନେ ଉଦବୃତ ବର୍ଷାଜଳ ନିଷ୍କାସିତ ହୋଇନପାରି ସମସ୍ୟା ସୃଷ୍ଟି କରୁଥିଲା ।
ଏହି ସମସ୍ୟାର ସମାଧାନ ପାଇଁ ଗରଦପୁର ବ୍ଲକ୍ ପ୍ରଶାସନ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ୪ ଲକ୍ଷ ଟଙ୍କାର ଆର୍ଥିକ ବ୍ୟବସ୍ଥ୍ା କରାଯାଇ କାର୍ଯ୍ୟାରମ୍ଭ କରାଯାଇଛି । ଆଜି ପବିତ୍ର ଗାନ୍ଧି ଜୟନ୍ତି ରେ ପୂଜାର୍ଚ୍ଚନା କରାଯିବା ପରେ ଶିରିଡ଼ି ସାଇ ସେବା ଟ୍ରଷ୍ଟ ପକ୍ଷରୁ ସମ୍ପାଦକ ସୁନୀଲ ମହାନ୍ତି ନଡ଼ିଆ ବାଡ଼େଇ କାର୍ଯ୍ୟାରମ୍ଭ କରିଥିଲେ । ଟ୍ରଷ୍ଟର ସଦସ୍ୟ ଚଣ୍ଡି ପ୍ରସାଦ ମହାନ୍ତି,ସ୍ୱରୂପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଗରଦପୁର ବ୍ଲକ୍ ପ୍ରଶାସନ ପକ୍ଷରୁ ଏଥିପାଇଁ ସହାୟତା ବ୍ୟବସ୍ଥା କରାଯାଇଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି ।
