ଶିଶୁ ଦିବସ ପାଳନ ଓ ଆଇନ ସଚେତନତା ସଭା ।

ଯାଜପୁର ୧୪/୧୧/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ବ୍ଲକ୍ ଅନ୍ତର୍ଗତ ଉପେନ୍ଦ୍ରନାଥ ଉଚ୍ଚବିଦ୍ୟାଳୟ ଅଵଦଲପୁର ଠାରେ ଖୁବ୍ ଉତ୍ସାହ ଓ ଉଦ୍ଦିପନାର ସହିତ ଶିଶୁଦିବସ ପାଳନ କରାଯିବା ସହିତ ଆଇନ୍ ସଚେତନତା ସଭା ପ୍ରାଧିକରଣ ସଚୀବ ନେହା ଅଗ୍ରଓ୍ଵାଲା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଛାତ୍ରଛାତ୍ରୀମାନେ ପଢାଶେଷ ନକରି କିପରି ବିଦ୍ୟାଳୟ ନଛାଡିଵେ ଏବଂ ଅଧାପଢାରୁ ବିଦ୍ୟାଳୟ ରେ ଅନୁପସ୍ଥିତ ରହୁଥିବା ଶିକ୍ଷାର୍ଥୀ ମାନଙ୍କୁ କିପରି ପୁଣି ବିଦ୍ୟାଳୟ କୁ ଫେରାଇ ଅଣାଯିବ ସେ ବିଷୟ ରେ ମୁଖ୍ୟଅତିଥି ଭାବେ ସର୍ବେଶ୍ଵର ଦାସ ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ମୁଖ୍ୟବକ୍ତା ଡ଼ ରୁଦ୍ରନାରାୟଣ ପୃଷ୍ଟି ପ୍ରାକ୍ତନ ପ୍ରାଧିକରଣ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ସମ୍ମାନିତ ଅତିଥି ସୁରମା ମହାପାତ୍ର ଅତରିକ୍ତ ଶିକ୍ଷା ଅଧିକାରୀ,ସିଡଵ୍ଲ୍ୟୁସି ସଦସ୍ୟ ଜୟନ୍ତ ଗୋସ୍ଵାମୀ ଓ କୁମାର ସେନ ସେନାପତି ବିଜ୍ଞାନ ପର୍ଯ୍ୟଵେକ୍ଷକ ପ୍ରମୁଖ ଯୋଗଦେଇ ଆଲୋକପାତ କରିବା ସହ ଶିଶୁ ଦିବସ ର ମହତ୍ତ୍ଵ ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେଦାର କୁମାର ନାଥ ସ୍ବାଗତ ଭାଷଣ ଦେଇଥିବା ବେଳେ ଷ୍ଟୁଡେଣ୍ଟ୍ ଲିଗାଲ୍ କ୍ଲବ୍ ର ଭାରପ୍ରାପ୍ତ ଶିକ୍ଷକ ଚିତ୍ତରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଉପଲକ୍ଷେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗୀତାରେ ଯଥାକ୍ରମେ ପ୍ରଥମ,ଦ୍ଵିତୀୟ, ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଆଶାଲତା ଦତ୍ତ,ସ୍ଵର୍ଣଲକ୍ଷ୍ମୀ ବେହେରା ଓ ଗାୟତ୍ରୀ ପଣ୍ଡା ଙ୍କୁ ଟ୍ରଫି ପ୍ରଦାନ କରି ମୁଖ୍ୟଅତିଥି ପୁରସ୍କୃତ କରିଥିଲେ ।ଏହି କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣ ର କର୍ମଚାରୀ ଓ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷାକର୍ମୀମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *