ବାଲିଗୁଡା,୩୦/୦୯/୨୦୨୬ (ଓଡିଶା ସମାଚାର) ବାଲିଗୁଡା ସ୍ଥିତ ଶାନ୍ତିମୈତ୍ରୀ ସ୍ଵେଛାସେବୀ ସଂଗଠନ କାର୍ଯ୍ୟାଳୟ ପରିସରରେ ଏକ ଜିଲ୍ଲାସ୍ତରୀୟଏକଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ୨୮/୦୯/୨୦୨୬ ଓ ୩୦/୦୯/୨୦୨୬ ରେ ହୋଇଥିବା ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର କୃଷକ ଉତ୍ପାଦକ ଗୋଷ୍ଠି ମାନଙ୍କର ସଦସ୍ୟ ମାନେ ଏଥିରେ ଭାଗନେଇଥିଲେ ।
ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆଞ୍ଚଳିକ ଗବେଷଣା କେନ୍ଦ୍ର, ଘୁ. ଉଦୟଗିରିର ସହଯୋଗୀ ଗବେଷଣା ନିର୍ଦ୍ଦେଶକ ଡ଼ଃ. ଜ୍ଞାନଲୋକ ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏଥିରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡଃ. ନାରାୟଣ ବାର୍ ଯୋଗଦେଇ ଏଫ୍ ପି ସି ଗଠନର ମୁଖ୍ୟ ଉଦ୍ଦେଶ୍ୟ ସହ ବିଭିନ୍ନ ଦ୍ରବ୍ୟ ଉତ୍ପାଦନ ଓ ଏହାର ପ୍ରକ୍ରିୟାକରଣ ଉପରେ ଅଧିକ ଧ୍ୟାନ ଦେଇ ଆଗକୁ ବଢ଼ିବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ କୃଷି ବିଜ୍ଞାନ କେନ୍ଦ୍ର , କନ୍ଧମାଳର ଶସ୍ୟ ସଂରକ୍ଷଣ ବୈଜ୍ଞାନିକ ଶ୍ରୀ ପ୍ରଶାନ୍ତ ନନ୍ଦ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀ ସ୍ୱସ୍ତିକ ଚନ୍ଦ୍ର କୃଷକ ଉତ୍ପାଦକ ଗୋଷ୍ଠୀ ମାନଙ୍କୁ ଜିଲ୍ଲାର ଅନୁକୂଳ ଜଳବାୟୁ ଓ ପାରିପାର୍ଶ୍ଵିକ ଅବସ୍ଥିତିର ସୁଯୋଗ ନେଇ ନିଜର ଆୟ ବଢ଼ାଇବାକୁ ବୁଝାଇଥିଲେ। ଏଥିରେ ବାଲିଗୁଡ଼ା ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତରଫରୁ ଶାଖା ପରିଚାଳକ ଶ୍ରୀ ସ୍ୱସ୍ତିକ ଚନ୍ଦ୍ର ଯୋଗ ଦେଇ ଏଫ୍ ପି ସି ର ଚାଷୀ ମାନଙ୍କୁ ଲୋନ୍ ନେଇ ନିଜର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆୟ ବଢ଼ାଇବାକୁ ବୁଝାଇଥିଲେ।
ଶାନ୍ତି ମୈତ୍ରୀର ସମ୍ପାଦକ ଶ୍ରୀ ଭଗବାନ୍ ଜେନା ଯୋଗ ଦେଇ ଏଫ୍ ପି ସି ମାନେ ନିଜ ନିଜର ଉତ୍ପାଦିତ ଦ୍ରବ୍ୟକୁ ବିଭିନ୍ନ ଡିଜିଟାଲ ମାର୍କେଟିଂ ମାଧ୍ୟମରେ ବିକ୍ରିବଟା କରିବାକୁ ଆହ୍ୱାନ ଦେବାସହ ସରକାର, ତଥା କୃଷି ବିଜ୍ଞାନ କେନ୍ଦ୍ରର ସହଯୋଗ ରେ ଆଗକୁ ଯିବାପାଇଁ କହିଥିଲେ। ପ୍ରତି କାର୍ଯ୍ୟକ୍ରମରେ ୨୫ ଜଣ ଏଫ୍ ପି ସି ସଦସ୍ୟମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଶାନ୍ତିମୈତ୍ରୀର ସମ୍ପାଦକ ଶ୍ରୀ ଭଗବାନ୍ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
