କେନ୍ଦ୍ରାପଡା କଲେଜ ମାଇଁ ଏନସିସି ଆଲୁମନି ଆସୋସିଏସନ ପକ୍ଷରୁ ପେଣ୍ଠ ବେଳାଭୂମି ସଫେଇ

କେନ୍ଦ୍ରାପଡ଼ା, ୩୦/୦୯/୨୦୨୬ (ଓଡ଼ିଶା ସମାଚାର)-ଆନ୍ତର୍ଜାତିକ ତଟ ସୁରକ୍ଷା ଦିବସ ଉପଲକ୍ଷେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପଞ୍ଜିକୃତ ସଂସ୍ଥା ମାଇଁ ଏନସିସି ଆଲୁମନି ଆସୋସିଏସନ ଏବଂ କେନ୍ଦ୍ରାପଡା ସ୍ୱେଛାସେବୀ ପରିବାରର ସଦସ୍ୟମାନଙ୍କ ମିଳିତ ସହଯୋଗରେ କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକର ପେଣ୍ଠ ବେଳାଭୂମିକୁ ସଫେଇ କରାଯାଇଛି ।

ପ୍ରଥମେ ସାଗରକୁ ବନ୍ଦାପନା କରାଯିବା ପରେ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶତାଧିକ ସ୍ୱେଛାସେବୀ ଅଂଶଗ୍ରହଣ କରି ବେଳାଭୂମିର ସଫେଇ କରିଥିଲେ । ଏହାପରେ ସେଠାରେ ଉପସ୍ଥିତ ଛୋଟ ପିଲା ଓ ପର୍ଯ୍ୟଟକମାନଙ୍କୁ କିପରି ପରିବେଶର ସୁରକ୍ଷା କରାଯାଇପାରିବ ସେ ସମ୍ପର୍କରେ ସଚେତନ କରାଯାଇଥିଲା ବୋଲି ମାଇଁ ଏନସିସି ଆଲୁମନି ଆସୋସିଏସନର ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *