ନିମାପଡ଼ା, ୧୪/୦୨/୨୦୨୪ (ଓଡ଼ିଶା ସମାଚାର)- ୯ମ ପଦ୍ମଚରଣ ସାମନ୍ତ ସିଂହାର ସ୍ମାରକୀ ଅଲ ଓଡିଶା ଫୁଟବଲ ଟୁର୍ନାମେଣ୍ଟ ଆଜିର ଗ୍ରୁପ ‘ବି ‘ପ୍ରଥମ କ୍ଵାଟର ଫାଇନାଲ ମ୍ୟାଚ ଭଞ୍ଜନଗର ଏଫସି ଏବଂ ଡାଇମଣ୍ଡ ଏଫସି ଖୋର୍ଦ୍ଧା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମାର୍ଦ୍ଧ ଖେଳର ୨୫ ମି.ସମୟରେ ଭଞ୍ଜନଗର ଏଫସିର ଖେଳାଳି ସ୍ୱରାଜ ଭଞ୍ଜ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ l ଖେଳର ୨୭ମି. ସମୟରେ ଡାଇମଣ୍ଡ ଏଫସିର ଖେଳାଳି ଶୁକଲ ମୁର୍ମୁ ଗୋଲଟିକୁ ପରିଶୋଧ କରିଥିଲେ । ଦ୍ଵିତୀୟାର୍ଦ୍ଧ କେହି କାହାରିକୁ ଗୋଲଦେଇ ନପାରିବାରୁ ଖେଳ ୧ -୧ରେ ଅମୀମାଂଶିତ ରହିଥିଲା l ଶେଷରେ ଟାଇବ୍ରେକର ପଦ୍ଧତିରେ ଭଞ୍ଜନଗର ଏଫସି ୪ – ୨ ଗୋଲରେ ଡାଇମଣ୍ଡ ଏଫସିକୁ ହରାଇ ବିଜୟ ଲାଭ କରି ସେମି ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି । ଭଞ୍ଜନଗର ଏଫସି ଖେଳାଳି ସ୍ୱରାଜ ଭଞ୍ଜ ଶ୍ରେଷ୍ଠ ଖେଳାଳି ଭାବେ ମୁଖ୍ୟଅତିଥି ତହସିଲଦାର ବିଦ୍ୟାଧର ପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଅନ୍ୟତମ ଅତିଥିଭାବେ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀଅଧିକାରୀ ସରୋଜ ଆଚାର୍ଯ୍ୟ ଏବଂ ପୂର୍ବତନ ଖେଳାଳି ପ୍ରହଲ୍ଲାଦ ଭୋଇ ପ୍ରମୁଖ ଯୋଗଦେଇଥିଲେ । ନିର୍ମଳ କୁମାର ମିଶ୍ର ମ୍ୟାଚ ପରିଚାଳନା କରିଥିବା ବେଳେ ବିଜୟ କୁମାର ମଙ୍ଗରାଜ, ରାଜେନ୍ଦ୍ର ବାରିକ ଓ ସମର ବରାଳ ସହଯୋଗ କରିଥିଲେ । ଆଥେଲେଟିକ ଆସୋସିଏସନ ଉପଦେଷ୍ଟା ମହେନ୍ଦ୍ର ସିଂ ଭାଟିଆ ଉପସଭାପତି ଦୋଳଗୋବିନ୍ଦ ସେଠୀ, ସମ୍ପାଦକ ଜୀବନାନନ୍ଦ ମହାପାତ୍ର, ବିଶ୍ୱଜିତି ମଲ୍ଲିକ, ପ୍ରକାଶ ବରାଳ, ଜିତେଶ କାନୁନଗୋ, ଜ୍ୟୋତିରଞ୍ଜନ ସାହୁ ଏବଂ କ୍ରୀଡା ଶିକ୍ଷକ ରଂଜିତ କେଶରୀ ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
ଭଞ୍ଜନଗର ଏଫସି ସେମିଫାଇନାଲରେ
