ଗଣେଶ ମେଲଣ ମହୋତ୍ସବ ୨୦୨୪

                                                  ମହୋତ୍ସବ ଭାଇଚାରା ସୁଦୃଢ଼ କରେ : ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନ ୧୭/୯/୨୦୨୪ (ଓଡ଼ିଶା ସମାଚାର)-ଭୁବନ ସଂସ୍କୃତି,ଐତିହ୍ୟ,ପରମ୍ପରାର ସହର । ଏଠି ବାର ମାସରେ ତେର ପର୍ବ ପାଳନ କରାଯାଏ। କଂସା ପିତ୍ତଳ,ଦଶହରା ବଳଦ ଯାତ୍ରା ଭୁବନ ର ପରିଚୟ ହୋଇଥିବା ବେଳେ ପ୍ରସିଦ୍ଧ ଗଣେଶ ପୂଜା ଭୁବନ କୁ ନୁଆ ପରିଚୟ ଦେଇଛି । ପୂଜା,ମେଲଣ, ମହୋତ୍ସବ ଭାଇଚାରା ସୁଦୃଢ଼ କରିଥାଏ ବୋଲି ରାଜ୍ୟ ଖାଦ୍ୟ ସୁରକ୍ଷା ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନ ଗଣେଶ ମେଲଣ ମହୋତ୍ସବ ୨୦୨୪ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଭୁବନ ଯାତ୍ରା ପଡ଼ିଆରେ ଶ୍ରୀ ଗଣେଶ ଚାରି ଟେବୁଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ଗଣେଶ ମେଲଣ ମହୋତ୍ସବ ରେ ଅନ୍ୟତମ ଅତିଥି ଭାବେ ସମବାୟ,ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗଦେଇ ପ୍ରତି ବର୍ଷ ମାଟ୍ରିକ ପାସ ଆଉଟ୍ ଛାତ୍ର ମାନଙ୍କ ଦ୍ଵାରା ପାଳିତ ହେଉଥିବା ଗଣେଶ ପୂଜା ବାସ୍ତବରେ ଏକ ନିଆରା ପରମ୍ପରା ବୋଲି ମତବ୍ୟକ୍ତ କରିଥିଲେ। ଗଣେଶ ମେଲଣ ମହୋତ୍ସବ ସଭାପତି ସୁବ୍ରତ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା, ପର୍ଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ,ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଯୋଗଦେଇଥିଲେ । ବିନୋଦ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୀ ଗଣେଶ ଚାରି ଟେବୁଲ୍ ଟ୍ରଷ୍ଟ ସଭାପତି ଜିତେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ଘୁମୁରା,ଘୋଡ଼ାନାଚ ଇତ୍ୟାଦି ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *