କଟକ ସଦର,୨୦/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦରର ପୂର୍ବତନ ବିଧାୟକ ତଥା ବିଜେଡି ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ଚନ୍ଦ୍ର ସାରଥି ବେହେରାଙ୍କ ସୁପାରିଶ କ୍ରମେ ରାଜ୍ୟ ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କଟକ ସଦର ବ୍ଲକ କମିଟିକୁ ଅନୁମୋଦନ କରିଛନ୍ତି।
ଏଥିରେ ସଭାପତି ଭାବେ ବିଭୁତି ଭୁଷଣ ମହାନ୍ତି, ଉପସଭାପତି ଶରତ କୁମାର ରାୟ, ଅଶୋକ କୁମାର ବେହେରା (ସୋମପୁର), ଅଶୋକ କୁମାର ଦାସ, ସାଧାରଣ ସଂପାଦକ ବିଭୁତି ଭୁଷଣ ପରିଡ଼ା, ସଂପାଦକ କଲାମ୍ ଖାଁ, ଅକ୍ଷୟ କୁମାର ପରିଡ଼ା, ଚିତ୍ତରଞ୍ଜନ ବେହେରା, ଧିରେନ୍ଦ୍ର ରାଉତରାୟ, ମନୋଜ କୁମାର ଦେବତା, କୋଷାଧ୍ୟକ୍ଷ ଅଶୋକ କୁମାର ବେହେରା (ଵୋଧପୁର) ରହିଥିବା ଜଣାପଡିଛି।
