କଟକ ସଦର ,୨୨/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ମାଣପୁର ଗଡମା ଗ୍ରାମରୁ ଗତ ୧୩ ତାରିଖ ଚତୃର୍ଥୀ ଦିନ ଝିଅର ବାପା ଶାଶୁଘରୁ ଝିଅକୁ ଚଞ୍ଚକତା କରି ନେଇଯାଇଥିବା ପୁଅ ଘର ପକ୍ଷରୁ ଅଭିଯୋଗ ହୋଇଥିଲା। ହେଲେ ଝିଅ ମହିଳା ଥାନାରେ ଅଭିଯୋଗ କରିଛି ଯେ ଶାଶୁ ଘର ପକ୍ଷରୁ ବାକି ଥିବା ଯୈ।ତୁକ ଟଙ୍କା ନଆଣିଲେ ଚତୁର୍ଥୀ ହୋଇପାରିବ ନାହିଁ।
ଏଥିସହିତ ପୁଅର ସାଙ୍ଗମାନେ ତାଙ୍କ ସହିତ ଅସୈ।ଜନ୍ୟ ବ୍ୟବହାର କରିଛନ୍ତି। ଏଥିପାଇଁ ସିଏ ଅତିଷ୍ଠ ହୋଇ ବାପା ଙ୍କୁ ଖଵର ଦେଇ ତାଙ୍କ ସହିତ ପଳାଇ ଆସିବାକୁ ବାଧ୍ୟ ହୋଇଛି। ଝିଅ ବାପ ଘରକୁ ଯିଵା ଦିନ ଠାରୁ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଟ୍ରୋଲ କରାଯାଇ ପ୍ରତିଦିନ ନୂଆ ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି।ହେଲେ ଆଜି ରବିବାର ଦିନ ଉଭୟ ପକ୍ଷଙ୍କ ସମ୍ମତି ଅନୁଯାୟୀ ଉକ୍ତ ମାମଲାର ଆପୋଷ ସମାଧାନ ପାଇଁ ମହିଳା ଥାନା ପକ୍ଷରୁ କୁହାଯାଇଥିଲା। ଆଜିର ଏହି ବୈଠକ ଅଥଙ୍ଗା କୁଲେଇଶୁଣି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ବହୁ ବ୍ୟକ୍ତିବିଶେଷ, ସରପଞ୍ଚ, ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ଥିଲେ।
ହେଲେ ସେଠାରେ ୟୁଟ୍ୟୁବର ମାନଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଏହା ଜାଣିବା ପରେ ୟୁଟ୍ୟୁବର ମାନଙ୍କ ଦୈ।ରାତ୍ମ୍ୟକୁ ଭୟ କରି ପୀଡ଼ିତା ସମାଧାନ ସ୍ଥଳକୁ ଆସି ନଥିବା ଜଣାପଡ଼ିଛି।ଏ ବିଷୟ ମଧ୍ୟ ମହିଳା ଥାନାକୁ ଜଣାଇ ଦିଆଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ କିଶନନଗର ଥାନା ଗଡମା ଗ୍ରାମର କୈଳାସ ଭୋଇ ଵେଣ୍ଟକାର ଥାନା ଆଇତଳଙ୍ଗ ଗ୍ରାମର ବନ୍ଦନା ଦାସଙ୍କୁ ବୈଦିକ ରୀତି ନୀତିରେ ବିବାହ କରିଥିଲେ।
