ମହାନଦୀ ଜଳ ବିବାଦ: ୨୮ରେ ପରବର୍ତୀ ଶୁଣାଣି

ନୂଆଦିଲ୍ଲୀ/ ଭୁବନେଶ୍ୱର,୧୮/୦୯/୨୦୨୬ (ଓଡ଼ିଶା ସମାଚାର)- ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ପୁଣି ଘୁଞ୍ଚିଛି । ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ଟ୍ରିବ୍ୟୁନାଲରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ଚାଲିଆସୁଥିବା ଏହି ଜଳ ବିବାଦର ସମାଧାନ ଆଲୋଚନା ଓ ଭାତୃତ୍ୱପୂର୍ଣ୍ଣ ମନୋଭାବରେ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ।

କୋର୍ଟ କିମ୍ବା ଟ୍ରିବ୍ୟୁନାଲ ମାଧ୍ୟମରେ ଜଳ ବିବାଦର ସ୍ଥାୟୀ ସମାଧାନ ହେବା ଅପେକ୍ଷା ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ଓ ସହଯୋଗ ମାଧ୍ୟମରେ ସମାଧାନର ବାଟ ଖୋଜିବା ଉପରେ ଗୁରୁତ୍ୱ ରହିଛି । କେନ୍ଦ୍ରୀୟ ଜଳ ଆୟୋଗ ବା ସିଡବ୍ଲୁ୍ୟସି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ର ବୈଷୟିକ ଟିମ୍ ମଧ୍ୟରେ ଦୁଇଥର ବୈଠକ ହୋଇସାରିଛି ।

Leave a Reply

Your email address will not be published. Required fields are marked *