ବସନ୍ତପୁର ଶିରିଡ଼ି ସାଇ ମନ୍ଦିର ରେ ପୂଜା ଓ ଦୀପ ଦାନ

ଗରଦପୁର, ୧୭/୦୯/୨୦୨୬ (ଓଡ଼ିଶା ସମାଚାର)- ଆଜି ଗୁରୁବାର ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ସାରା ଦେଶରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହେଉଛି । ଏହି ଉପଲକ୍ଷେ ବିକଶିତ ଓଡ଼ିଶା – ବିକଶିତ ଭାରତ ଅଭିଯାନର ନାୟକ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘ ସୁସ୍ଥ ଓ  ନିରାମୟ ଜୀବନ କାମନା କରି ତେଣ୍ଡାକୁଡା ,ଅରାବଳ ଓ ବସନ୍ତପୁର ମହିଳା ସ୍ୱୟଂସହାୟିକା / ମିଶନ ଶକ୍ତି ପକ୍ଷରୁ  ବସନ୍ତପୁର ଶିରିଡ଼ି ସାଇ ମନ୍ଦିର ରେ ପୂଜା ଓ ଦୀପ ପ୍ରଜ୍ୱଳନ ହୋଇ ଥିଲା  । ଏହି କାର୍ଯ୍ୟକ୍ରମରେ ସୁମିତ୍ରା ଓଝା, ମମତା ଦାସ, ମୋନାଲିସା ବେହେରା, ସୁଜାତା ଖଟୁଆ, ପ୍ରଜ୍ଞା ପରିଡ଼ା,ସୁଜାତା ରାଉତ,ଗୀତାଂଜଳି ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ  ।

Leave a Reply

Your email address will not be published. Required fields are marked *