“ସେବା ସଂକଳ୍ପ ଅଭିଯାନ-୨୦୨୬” ଅବସରରେ “ସେବାରେ ମୋର ଯୋଗଦାନ” କାର୍ଯ୍ୟକ୍ରମ

ଜଗତସିଂହପୁର..୧୭/୦୯/୨୦୨୬ (ଓଡ଼ିଶା ସମାଚାର)- ୧୭ ସେପ୍ଟେମ୍ବର ରୁ ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ପାଳନ କରାଯାଉଥିବା “ସେବା ସଂକଳ୍ପ ଅଭିଯାନ-୨୦୨୬” ଅବସରରେ “ସେବାରେ ମୋର ଯୋଗଦାନ” କାର୍ଯ୍ୟକ୍ରମ ଅନ୍ତର୍ଗତ ଏରସମା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ପ୍ରାଣୀ ଚିକିତ୍ସା ଓ ଟୀକାକରଣ ଶିବିର ଅନୁଷ୍ଠିତ ହୋଇଯାଇଛି।

ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା,ଏରସମା ଆନୁକୂଲ୍ୟରେ ପଏଦା ଠାରେ ଏହିଁ ପ୍ରାଣୀ ଚିକିତ୍ସା ଓ ଟୀକାକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ  ୫୭ ଟି ପ୍ରାଣୀ ଙ୍କର ଚିକିତ୍ସା କରାଯିବା ସହିତ ୧୦୦ ଗାଈ ଗୋରୁ ଙ୍କର Lumpy Skin Disease (LSD) ରୋଗ ନିମନ୍ତେ ପ୍ରତିଷେଧକ ଟୀକାକରଣ କରାଯାଇଛି । ୫ ଟି ଗାଈଙ୍କର ଗୋବର ନମୁନା ମଧ୍ୟ ପରୀକ୍ଷା କରାଯାଇଥିଲା । ଏଥି ସହିତ ପ୍ରାଣୀ ପାଳକ ମାନଙ୍କର ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଶିବିରରେ ଲୋକମାନଙ୍କୁ ପ୍ରାଣୀ ସମ୍ପଦ ବିକାଶ ପକ୍ଷରୁ ବିଭିନ୍ନ ଯୋଜନା ସମ୍ବନ୍ଧରେ ସୂଚନା ଦିଆଯିବା ସହିତ ବିଭାଗ ଦ୍ଵାରା ପ୍ରସ୍ତୁତ ସଚେତନତା ପ୍ରଚାରପତ୍ରିକା ବଣ୍ଟନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣମାନେ ଅତ୍ୟନ୍ତ ଉତ୍ସାହର ଯୋଗଦାନ କରିଥିଲେ ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *