ଯାଜପୁର ଜିଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଯାଜପୁର, ୧୪/୧୨/୨୦୨୪ (ଓଡ଼ିଶା ସମାଚାର)- ଯାଜପୁର ଜିଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଆଜି (ଶନିବାର) ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ ହୋଇଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ମୋଟ ୪,୭୧୯ ଗୋଟି ମକଦ୍ଧମା ଫଇସଲା ହୋଇଛି । ସେଥି ମଧ୍ୟରୁ ୬୦୦ ଗୋଟି ଫୌଜଦାରୀ, ୧୪ ଗୋଟି ମଟର ଦୁର୍ଘଟଣା ଜନିତ ମାମଲା, ୧୨୦ ଗୋଟି ଦେୱାନୀ, ୨୦ ଗୋଟି ପାରିବାରିକ କଳହ ମକର୍ଦ୍ଧମା, ୧ ଗୋଟି ଖାଉଟି ବିବାଦ, ଶ୍ରମ ବିଭାଗର ୫ ଗୋଟି, ଏବଂ ରାଜସ୍ୱ ବିଭାଗର ୩୯୫୯ ଟି ରାଜସ୍ୱ ମାମଲା ଫଇସଲା କରାଯାଇ ମୋଟ ଟ.୪,୬୪,୯୫,୬୦୬/- ଙ୍କା ଆଦାୟ କରାଯାଇଛି   । ଏତଦ୍ ବ୍ୟତୀତ ଏହି ଲୋକ ଅଦାଲତରେ ବିଭିନ୍ନ ବ୍ୟାଙ୍କର  ମୋଟ ୪୨ ଗୋଟି, ବିଦ୍ୟୁତ ବିଭାଗର ୧୧୪ ଗୋଟି ଏବଂ ୪ ଗୋଟି ଟେଲିଫୋନ ସମ୍ବନ୍ଧୀୟ ପା୍ରକ ବିଚାରଧିନ ମାମଲା ଫଇସଲା କରାଯାଇ ମୋଟ ଟ. ୩୭,୨୨,୫୧୫/-ଙ୍କା ମଧ୍ୟ ଆଦାୟ କରାଯାଇଛି ।

                                ଏହି ରାଷ୍ଟ୍ରୀୟ ଲୋକ ଅଦାଲତକୁ ଜିଲା ଓ ଦୌରାଜଜ୍ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ୍ୟ  ଶ୍ରୀଯୁକ୍ତ ଅମୃତ ରଂଜନ ନନ୍ଦ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ପରିଚାଳନା କରିଥିଲେ । ଏହି ରାଷ୍ଟ୍ରିୀୟ ଅଦାଲତରେ ଯାଜପୁର ଜିଲାର ପରିବାର ଅଦାଲତର ବିଚାରପତି ଶ୍ରୀଯୁକ୍ତ ଗୁଣ୍ଡିଚା ସାମନ୍ତସିଂହାର, ଅତିରିକ୍ତ ଜିଲା ଜଜ୍ ଶ୍ରୀଯୁକ୍ତ ସୁନିଲ କୁମାର ଦାସ,  ବରିଷ୍ଟ ଦୈୱାନୀ ବିଚାରପତି ଶ୍ରୀଯୁକ୍ତ ସତ୍ୟପ୍ରକାଶ ରାୟ ଚୌଧରୀ, ଅତିରିକ୍ତ ବରିଷ୍ଟ ଦେୱାନୀ ବିଚାରପତି ଶୀ୍ରମତୀ ମନସ୍ୱିନୀ ରଥ, ରେଜିଷ୍ଠାର ଶୀ୍ର ମାନସ ରଂଜନ ସାମନ୍ତରାୟ, ଏସ୍. ଡ଼ି.ଜେ.ଏମ. ଶୀ୍ରମତୀ ଇଫସିତା ନନ୍ଦ, ଦେୱାନୀ ବିଚାରପତି, ଶୀ୍ରମତୀ ସୁନିତା ବିଶ୍ୱାଳ  ଏବଂ ଜେ. ଏମ.ଏଫ୍.ସି. ଅନୁଶ୍ରୀ ଜେନା ଅଂଶ ଗ୍ରହଣ କରି ବିଭିନ୍ନ  ମକଦ୍ଧମା ଗୁଡ଼ିକ ଫଇସଲା କରିଥିଲେ ।

Leave a Reply

Your email address will not be published. Required fields are marked *