ମୁଖ୍ୟମନ୍ତ୍ରୀଙ୍କ ଓଏସଡି ହେଲେ କଟକ ସଦର ୪୨  ମୌଜାର ବରିଷ୍ଠ ଆଇଏଏସ୍ ତ୍ରିଲୋଚନ ମାଝୀ 

କଟକ ସଦର ୧୫/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଙ୍କ ଓଏସଡି ତଥା ଅତିରିକ୍ତ ଶାସନ ସଚିବ ଭାବେ ପୁନଃ ନିଯୁକ୍ତି ପାଇଛନ୍ତି କଟକ ସଦର ୪୨ ମୌଜା ରାଉତରାପୁର ଗ୍ରାମର ବରିଷ୍ଠ ଆଇଏଏସ୍ ଅଧିକାରୀ ତ୍ରିଲୋଚନ ମାଝୀ  ।

ଗତ ଅଗଷ୍ଟ ୩୧ ରେ ଅବସର ନେଇଥିବା ଶ୍ରୀ ମାଝୀଙ୍କୁ ଏକବର୍ଷ ପାଇଁ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ପୁନଃ ନିଯୁକ୍ତି ଦେଇଥିବାରୁ କଟକ ସଦର ସହିତ ୪୨  ମୌଜା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ସୂଚନାଯୋଗ୍ୟ ଯେ ଶ୍ରୀ ମାଝୀ ଚାକିରି କାଳ ମଧ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ କାର୍ଯ୍ୟଦକ୍ଷତା ପ୍ରତିପାଦନ କରିଥିବାବେଳେ ଭଦ୍ରକର ଜିଲ୍ଲାପାଳ ଓ ଗୃହ ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ସୁଚାରୁ ରୂପେ ଚଳାଇଥିଲେ।

Leave a Reply

Your email address will not be published. Required fields are marked *