ରାଉରକେଲା,୩୦/୧୨/୨୦୨୪ (ଓଡ଼ିଶା ସମାଚାର)- ରାଉରକେଲା ଜିଲ୍ଲା କଂଗ୍ରେସ ତରଫରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଡଃ ମନମୋହନ ସିଂଙ୍କୁ ସ୍ମରଣ କରି କାଣ୍ଡେଲ ଜଳାଇ କରି ତାଙ୍କ ଆତ୍ମାର ଶାନ୍ତିପାଇଁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଆମ୍ବେଦକର ଛକ ଠାରୁ ମୁନିସିପାଲିଟି ଛକ ପର୍ୟ୍ୟନ୍ତ କାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା । ମୁନିସିପାଲିଟି ଛକରେ ଡଃ ମନମୋହନ ସିଂଙ୍କ ଫଟୋ ଚିତ୍ର ଉପରେ ଫୁଲମାଳ ଦେଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହି କାର୍ୟ୍ୟକ୍ରମରେ ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ସର୍ବଶ୍ରୀ ରବି ରାୟ, ଦେବବ୍ରତ ବିହାରୀ, ଗଣେଷ ପ୍ରଧାନ, ଵି.ଏନ.ପଟନାଏକ, ଗୋପାଳ ଦାସ, ସାବିର ହୁସେନ, ବାଦଲ ଶ୍ରୀଚନ୍ଦନ, ଜ୍ଞାନେନ୍ଦ୍ର ଦାସ, ଆଶିଷ ମହାନ୍ତି, ମାନୁ ସାମଲ, ରଘୁ ଦାସ, ପ୍ରଫୁଲ୍ଲ ବେହେରା, ବିଶ୍ଵନାଥ ବାରିକ, ଇଜାଜ ଏକତାର, ବିସ୍ମୟ ଦାସ, ବସନ୍ତ ସାମଲ, ବିଜୟ ଆପଟ, ଶେଖ ସମୀର, ରବି ଯାଦବ, ଧର୍ମା ନାଏକ, ରତିକାନ୍ତ ମଲିକ, ବିନୋଦ ରାଉତ, ଜୁଲୁ ରହେମନ ଖାନ, ଅଞ୍ଜିତା,ରୁକସାନା ବେଗମ ପ୍ରମୁଖ ସାମିଲ ହୋଇ ପଦଯାତ୍ରା କରିଥିଲେ ।
