କଟକ, ୧୬/୭/୨୦୨୪ (ଓଡ଼ିଶା ସମାଚାର)- କଟକ ଛତ୍ରବଜାର ଅଞ୍ଚଳର ଜଣେ ଯୁବକ ସୋମବାର ରାତିରେ ମହାନଦୀକୁ ଡେଇଁ ନିଖୋଜ ହୋଇ ଯାଇଥିଲେ। ବହୁ ସମୟ ଧରି ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ହେଁ ତାଙ୍କ ମୃତଦେହ ଦିନଯାକ ମିଳି ନ ଥିଲା। କିନ୍ତୁ ମଙ୍ଗଳବାର ରାତିରେ ଯୋବ୍ରା ସଂଗ୍ରହାଳୟ ଲଭର୍ସ ପଏଣ୍ଟରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଉଛନ୍ତି ୨୯ ବର୍ଷୀୟ ପ୍ରଶାନ୍ତ ରାଉତ। ଘରୋଇ କଳହରୁ ରାଗରେ ଘରୁ ପଳାଇ ଆସି ଏପରି ଆତ୍ମହତ୍ୟା କରିଥିବା ଜଣାପଡିଛି।
ଯୋବ୍ରା ସଂଗ୍ରହାଳୟ ଲଭର୍ସ ପଏଣ୍ଟରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
