ପ୍ରହରାଜପୁର: ଗୋଚର ଜମି ଉପରେ ବେଆଇନ ରାସ୍ତା ନିର୍ମାଣକୁ ବିରୋଧ,କାମ ବନ୍ଦ କଲେ ତହସିଲଦାର 

କଟକ ସଦର ,୧୩/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ତହସିଲ ଅଞ୍ଚଳରେ କିଛି ଦିନ ହେଲା ଗୋଚର ଜମି ଜବରଦଖଲକାରୀ ସକ୍ରୀୟ ହୋଇ ଉଠିଥିବା ବେଳେ ତହସିଲଦାର ମଧୁସୂଦନ ନାୟକଙ୍କ ତତ୍କାଳ ପଦକ୍ଷେପ ଯୋଗୁ ଜଵଦଦଖଲକାରୀ ପଛଘୁଞ୍ଚା ଦେଉଥିବା ଜଣାପଡିଛି। ପ୍ରକାଶ ଯେ ତହସିଲ ନିକଟରେ ଥିବା ଏକ ଗୋଚର ଜମି ଉପରେ ବେଆଇନ ନିର୍ମାଣକୁ ବାରମ୍ବାର ତହସିଲଦାର ବନ୍ଦ କରୁଥିବା ଵେଳେ ଜବରଦଖଲକାରୀ ମାନେ ବାରମ୍ବାର ନିର୍ମାଣ କରିଵାକୁ ଉଦ୍ୟମ ଅବ୍ୟାହତ ରଖୁଥିବା ଅଭିଯୋଗ ହୋଇଆସୁଛି। ଏଥିପାଇଁ ତହସିଲଦାର ଓ ଜବରଦଖଲକାରୀ ଙ୍କ ମଧ୍ୟରେ ଚୋର ପୁଲିସ ଖେଳ ଅନବରତ ଲାଗିରହିଥିବା କୈ।ତୁହଳ ସୃଷ୍ଟି କରିଛି। ସେହିପରି ପ୍ରହରାଜପୁର ପଞ୍ଚାୟତ ନାରଦା ଠାରେ ଏକ ଗୋଚର ଜମି ଉପରେ ବେଆଇନ ଭାବେ ଆଜି ମଙ୍ଗଳବାର ଦିନ କଂକ୍ରିଟ ରାସ୍ତା ନିର୍ମାଣ କରାଯାଉଥିଲା ଵେଳେ ଗ୍ରାମବାସୀମାନେ ଏହାକୁ ବିରୋଧ କରି ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ତହସିଲଦାର ତତ୍ କ୍ଷଣାତ କାର୍ଯ୍ୟ ବନ୍ଦ କରିଥିବା ଜଣାଯାଇଛି। ଉକ୍ତ ରାସ୍ତା ନିର୍ମାଣ କଟକ ସଦର ବ୍ଲକ ପ୍ରଶାସନ ପକ୍ଷରୁ କରାଯାଉଥିବା କୁହାଯାଉଥିଲା ଵେଳେ ସେଠାରେ କୈ। ଣସି କର୍ମଚାରୀ ଉପସ୍ଥିତ ନଥିବା କିମ୍ବା ସୂଚନା ଫଳକ ନଥିବା ଦେଖିଵାକୁ ମିଳିଛି  ।

Leave a Reply

Your email address will not be published. Required fields are marked *