ଲଗାଣ ବର୍ଷାରେ ଫସଲ ନଷ୍ଟ,ଚାଷୀକୂଳ ହତାଶ

କ୍ଷତିଗ୍ରସ୍ଥ ଚାଷୀଙ୍କୁ ସରକାରୀ ସହାୟତା ଦାବି

ନିଆଳୀ,୨୨/୧୨/୨୦୨୪ (ଓଡ଼ିଶା ସମାଚାର)- ନିଆଳୀ ବ୍ଲକରେ ଅଦିନିଆ ଲଗାଣ ବର୍ଷାଯୋଗୁଁ ଚାଷୀକୂଳ ହତାଶ.ଧାନ ଫସଲ ଅମଳ ସମୟରେ ହଠାତ କ୍ଷତିର ବୋଝ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଅଦିନିଆ ବର୍ଷା ପାଇଁ ବିଲରେ କଟାଯାଇ ପଡିଥିବା ଧାନ ପାଣିରେ ବୁଡି ରହିଥିବା ବେଳେ ଗଜା ହେବରା ଆଶଙ୍କା ଦେଖାଦେଇଛି । ନିଆଳୀ ବ୍ଲକରେ ୧୦ହଜାର ରୁ ଅଧିକ ଏକର ଜମିରେ ଧାନଚାଷ କରାଯାଇଛି । ଏହାସହିତ ଟମାଟୋ,ବାଇଗଣ,ଭେଣ୍ଡି,ବିନ୍ସ, ଲଙ୍କା ଭଳି ଅନ୍ୟ ପନିପରିବା ମଧ୍ୟ କ୍ଷତିଗ୍ରସ୍ଥ ହୋଇଛି।ଦ୍ୱିପାଞ୍ଚଳ ସ୍ଥିତ ଏକବେରୁଁଆ, ସିଠାଳୋ, କସର୍ଦା, ରାଣିଓଳା, ଶଗଡାଇଲୋ ,ଏରଞ୍ଚ ପଞ୍ଚାୟତରେ ଫସଲ କ୍ଷତିଗ୍ରସ୍ଥର ଆଶଙ୍କା ଦେଖାଦେଇଛି । ତୁରନ୍ତ ପ୍ରଶାସନ ନଜରକୁ ଆଣି କିଭଳି ରୁଣ କରି  ଅଥବା ନିଜ ହାତରୁ ଖର୍ଚ୍ଚ କରି ଚାଷ କରିଥିବା କ୍ଷତିଗ୍ରସ୍ଥ ଚାଷୀଙ୍କୁ ସରକାରୀ ସହାୟତା ମିଳିବ , ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *