ଧଉଳିଆରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ୟ୍ୟକ୍ରମ ଉଦଯାପିତ

ମାହାଙ୍ଗା,୦୧/୧୦/୨୦୨୪(ଓଡିଶା ସମାଚାର /ଅଭୟ ଜେନା ) – ମୂଳବସନ୍ତ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ୟ୍ୟକ୍ରମ କୁହୁଣ୍ଡା ପଞ୍ଚାୟତ ଧଉଳିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ୧୦ ଟି ବିଦ୍ୟାଳୟର ୧୫୦ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶିଶୁ ଓ କିଶୋର କିଶୋରୀ ପ୍ରତିଯୋଗୀ ମାନେ ୨୪ ଟି ବିଭାଗରେ ଭାଗନେଇ କୃତୀତ୍ୱ ଅର୍ଜ୍ଜନ କରିଥିଲେ । ମୂଳବସନ୍ତ ସାଧନକେନ୍ଦ୍ର ସଂଯୋଜକ ରାମରାମ ଷଢଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ବରିଷ୍ଠ ସାମ୍ବାଦିକ ତଥା କୁଣ୍ଡି ସେବା ସମବାୟ ସମିତି ସଭାପତି ଅଖିଳେଶ ପଦ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଉପଯୁକ୍ତ ପ୍ରଶିକ୍ଷଣ ତଥା ପ୍ରୋତ୍ସାହନ ମିଳିଲେ ଏହି ଶିଶୁ ମାନଙ୍କ ଅନ୍ତର୍ନିହିତ ପ୍ରତିଭାର ଗୌରବଜ୍ଜ୍ୱଳ ବିକାଶ ହୋଇପାରିବ ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ସରପଞ୍ଚ ନଳିନୀ ପ୍ରଭା ପ୍ରଧାନ,ପୂର୍ବତନ ସମିତିସଭ୍ୟ ରାଧାନାଥ ରାଉତ, ମୁଖ୍ୟବକ୍ତା ଭାବେ ପ୍ରଧାନଶିକ୍ଷକ ରବୀନ୍ଦ୍ର ଜେନା, ସମ୍ମାନିତ ବକ୍ତାଭାବେ ଶିକ୍ଷକମିଟି ସଭାପତି ଧରଣୀଧର ନାୟକ, ପ୍ରଧାନଶିକ୍ଷୟିତ୍ରୀ ମନୋରମା ଦାସ, ଶିକ୍ଷାବିତ ଆନନ୍ଦ କୁମାର ପଣ୍ଡା,ଶିକ୍ଷକ ସୁକାନ୍ତ କୁମାର ଦେହୁରୀ,ଶିକ୍ଷକ ଯତୀନ୍ଦ୍ର ନାଥ ଦାସ,ସଂଜୀବ ଦେଓଗମ, ମିତ୍ରଭାନୁ ପ୍ରଧାନ, ଜଳଧର ପଣ୍ଡା, ରଞ୍ଜୁଲତା ରାଉତ, ଶୁଭଦର୍ଶିନୀ ଦେହୁରୀ, ଅନୁସଙ୍ଗୀତା ଦଳେଇ, ବସନ୍ତ କୁମାର ଦେହୁରୀ, ଶୁଭକାନ୍ତ ସେଠୀ, ପିନାକୀନୀ ଦାସ, ଏସ ଏନ ନଳିନୀ, ଗାୟତ୍ରୀ ବିଶ୍ୱାଳ, ଗଣେଶ୍ୱର ବାନସିଂ, ଅରୁଣ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ । ବିଭିନ୍ନ ପ୍ରତିଯୋଗୀତା ପାଇଁ ବିଚାରକ ମଣ୍ଡଳୀ ନିଯୁକ୍ତ କରାଯାଇଥିଲା । ସୁରଭି ବିଜୟୀ କୃତୀ ପ୍ରତିଯୋଗୀ ମାନଙ୍କୁ ସଭାରେ ପ୍ରମାଣ ପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *