ନୟନ ଓ ତାଙ୍କ ଗୋଷ୍ଠୀ ଯୋଗ ଦେଲେନି
କଟକ ସଦର,୨୭/୦୮/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ବିଜେଡ଼ି ରୁ ନିଲମ୍ବିତ ହୋଇ ବିଜେପିରେ ସାମିଲ ହୋଇଥିବା ଚୌଦ୍ୱାର -କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଗତକାଲି ବୁଧବାର ସନ୍ଧ୍ୟାରେ କଟକ ଜିଲ୍ଲା ବିଜେପି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳଙ୍କ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ ହେବା ଅବସରରେ ଶ୍ରୀ ବିଶ୍ୱ।ଳ କହିଛନ୍ତି ଯେ ଏ ରାଷ୍ଟ୍ରୀୟ ଦଳରେ ରହି ମୁଁ ଗୁଣ୍ଡିଚି ମୁଷା ଭଳି କାମ କରିବାକୁ ପ୍ରସ୍ତୁତ। 

ତେବେ ଉକ୍ତ କାର୍ଯ୍ୟକ୍ରମରେ ଚୌଦ୍ୱାର -କଟକର ବିଜେପି ନେତା ତଥା ରାଜ୍ୟର ଜଣାଶୁଣା ବରିଷ୍ଠ ନେତା ନୟନ କିଶୋର ମହାନ୍ତି ଯୋଗ ଦେଇନଥିବା ବେଳେ ତାଙ୍କ ସମର୍ଥକମାନଙ୍କୁ ମଧ୍ୟ ଦେଖିବାକୁ ମିଳିନଥିଲା। ହେଲେ ଉକ୍ତ କାର୍ଯ୍ୟକ୍ରମରେ କଟକ ସଦର ର କିଛି ନେତା ସାମିଲ ହୋଇଥିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ କଟକ ସଦର ଓ ଚୌଦ୍ୱାର -କଟକ ରେ ବିଜେପି ରାଜନୀତି ପାଣିପାଗ କେଉଁ ଆଡକୁ ଯାଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।
