ନର୍ସିଂ ପାଠ୍ୟକ୍ରମ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

                                     “ନର୍ସିଂ କୋର୍ସ ରେ ଶତ ପ୍ରତିଶତ ନିଯୁକ୍ତି ଗ୍ୟାରେଣ୍ଟି”

ଭୁବନ ୨୫/୦୮/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ସମ୍ମୁଖରେ ଅବସ୍ଥିତ ହାର୍ଟ ଡିସ୍କଭରି ନର୍ସିଂ କଲେଜରେ ଭୁବନର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ନେଇ ନର୍ସିଂ ପାଠ୍ୟକ୍ରମ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଟଙ୍କଧର ମହାପାତ୍ର ଏହି ସଚେତନତା କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ନର୍ସିଂ ପାଠ୍ୟକ୍ରମ ଜି ଏନ୍ ଏମ କୋର୍ସ ନିମନ୍ତେ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ କଳା,ବାଣିଜ୍ୟ ଓ ବିଜ୍ଞାନ , ଅବଧି ତିନି ବର୍ଷ ଏବଂ ପାସ ଆଉଟ୍ ହେବା ପରେ ସରକାରୀ,ବେସରକାରୀ ହସ୍ପିଟାଲ ରେ ନିଶ୍ଚିତ କର୍ମ ସଂସ୍ଥାନ ପାଇ ପାରିବେ ଏବଂ ନର୍ସିଂ କୋର୍ସ ରେ ଶତ ପ୍ରତିଶତ ନିଯୁକ୍ତି ସୁଯୋଗ ( ଗ୍ୟାରେଣ୍ଟି) ରହିଛି ବୋଲି ସୂଚନା ଦେଇଥିଲେ ।

ନଗରପାଳ ଶୁଭେନ୍ଦୁ କୁମାର ସାହୁ ଅତିଥି ଭାବେ ଯୋଗଦେଇ କହିଥିଲେଯେ ,ଆମ ଅଞ୍ଚଳରେ ଏକ ନର୍ସିଂ କଲେଜ ଖୋଲିବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ନର୍ସିଂ ପାଠ ପଢ଼ିବା ପାଇଁ ଆମ ଅଞ୍ଚଳର ଝିଅ ମାନଙ୍କୁ ପୂର୍ବରୁ କଟକ,ଭୁବନେଶ୍ୱର ଯିବାକୁ ପଡୁଥିଲା । ଏବେ ଘର ପାଖରେ ସୁବିଧାରେ ପାଠ ପଢ଼ି ପାରିବେ ଓ ଆମ ଅଞ୍ଚଳରେ ନୂତନ କର୍ମ ନିଯୁକ୍ତି ସୃଷ୍ଟି ହେବା ସହିତ ବେକାରୀ ସମସ୍ୟା ଦୂର କରିବାରେ ନିଶ୍ଚିତ ସହାୟକ ହେବ । ଅନ୍ୟ ମାନଙ୍କ ମଧ୍ୟରେ କାଉନସିଲର ଗିରିଧାରୀ ସାହୁ,ଅବସରପ୍ରାପ୍ତ ପୋଲିସ ଅଫିସର ଶ୍ରୀଧର ବେହେରା ,ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଅବସରପ୍ରାପ୍ତ ପ୍ରବନ୍ଧକ ଗଦାଧର ଦାସ,ଆଇନଜୀବୀ କୁଞ୍ଜ ବିହାରୀ ଚିନରା, ଶିକ୍ଷାବିତ୍ ଦୀନବନ୍ଧୁ ବେହେରା,କାଉନସିଲର ପପୁ କୁମାର ସାହୁ, ମନ ମୋହନ ସାହୁ,ସମାଜସେବୀ ନରେନ୍ଦ୍ର କୁମାର ସାହୁ,ସୁରେନ୍ଦ୍ର କୁମାର ପୃଷ୍ଟି,ଶ୍ରୀକାନ୍ତ କୁମାର ସାହୁ,ଅବସର ପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ରଥ ସେଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କଲେଜର ମୁଖ୍ୟ ପ୍ରବନ୍ଧକ ଓଁ ଶୁଭମ୍ ସଙ୍କେତ ନର୍ସିଂ ଛାତ୍ରୀ ମାନଙ୍କ ନିମନ୍ତେ ସରକାରଙ୍କ ବିଭିନ୍ନ ବୃତ୍ତି ରାଶି ଓ ଆର୍ଥିକ ସହାୟତା ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *