ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ନିମନ୍ତେ ଶପଥ ପାଠ ସଭା

ଜଗତସିଂହପୁର,୨୬/୧୦/୨୦୨୬(ଓଡ଼ିଶା ସମାଚାର)-ଆଜି ଜଗତସିଂହପୁର ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ  ୨୦୨୬ ପାଳନ ଅବସରରେ ଏକ ଶପଥ ପାଠ ସଭା ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ସମ୍ବିତ କୁମାର ରାଉତ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସଭାରେ  ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ଉପସ୍ଥିତ ସମସ୍ତ ଅଧିକାରୀ, କର୍ମଚାରୀ ମାନଙ୍କୁ ସଚ୍ଚୋଟତା ଓ ନିଷ୍ଠା ସହିତ କାର୍ଯ୍ୟ ପାଳନ ନିମନ୍ତେ ଶପଥ ପାଠ କରାଇଥିଲେ ।

ଏହି ଶପଥ ପାଠ କାର୍ଯ୍ୟକ୍ରମ ରେ ଡି ଏସ ପି, ଦୁର୍ନୀତି ନିବାରଣ ବିଭାଗ ଶ୍ରୀମତୀ ଅନୁପମା ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି, ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ର ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ।

ଏଥି ସହିତ ଜିଲ୍ଲା ର ସମସ୍ତ ବିଭାଗୀୟ କାର୍ଯ୍ୟାଳୟ, ବ୍ଲକ୍ ଓ ତହସିଲ ରେ ମଧ୍ୟ ଅଧିକାରୀ ଓ କର୍ମଚାରୀ ମାନେ ସାଧୁତା ର ଶପଥ ପାଠ କରିଥିଲେ। ପ୍ରକାଶ ଥାଉ କି, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ରେ ଦୁର୍ନୀତି ନିବାରଣ ସଚେତନାତା ସପ୍ତାହ ୨୬/୧୦/୨୬ ଠାରୁ ୧/୧୧/୨୬ ପର୍ଯ୍ୟନ୍ତ ପାଳନ କରାଯିବ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *