ମାହାଙ୍ଗା ସୁରକ୍ଷା ଅଭିଯାନ ପକ୍ଷରୁ ପଲ୍ଲୀକବି ନନ୍ଦକିଶୋର ବଳ ଙ୍କ ଉପାଧି ପାଇଁ ସ୍ୱତନ୍ତ୍ର ପଦକ୍ଷେପ

ମାହାଙ୍ଗା ୧୯/୦୮/୨୦୨୬ (ଓଡିଶା ସମାଚାର /ଅଭୟ ଜେନା)- ଓଡ଼ିଶା ମାଟିର ଯଶସ୍ୱୀ ସାରସ୍ୱତ ସାଧକ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁସୁପୁର ଗ୍ରାମର ପଲ୍ଲୀକବି ନନ୍ଦକିଶୋର ବଳ ଙ୍କ ନାମ ଓ କୃତି ପ୍ରତିଟି ଓଡ଼ିଆକୁ ହିଲ୍ଲୋଳିତ କରି ଆସିଛି। ସମ୍ପ୍ରତି ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ପ୍ରକାଶ ପାଇଥିବା ଡ଼ ମନ୍ମଥ କୁମାର ପ୍ରଧାନ ଙ୍କ ଲିଖିତ ପଲ୍ଲୀକବି କୃଷ୍ଣପ୍ରସାଦ ବେହେରା ନାମକ ପୁସ୍ତକ ପ୍ରକାଶନ ଦ୍ୱାରା ଏହାର ନକରାତ୍ମକ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏହି ପରିପ୍ରେକ୍ଷୀରେ ମାହାଙ୍ଗା ସୁରକ୍ଷା ଅଭିଯାନ ପକ୍ଷରୁ ଆବାହକ ତଥା ସାମ୍ୱାଦିକ ଶଶି ଭୂଷଣ ଷଡଙ୍ଗୀ ଙ୍କ ନେତୃତ୍ୱରେ ସମ୍ପାଦକ ପରିବେଶବିତ୍ ପ୍ରମୋଦ କୁମାର ଦାଶ,ସାମ୍ୱାଦିକ ବସନ୍ତ କୁମାର ସାମଲ, ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ତା ପ୍ରମୁଖ ସ୍ୱତନ୍ତ୍ର ଅଭିଯୋଗପତ୍ର ସହ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେ, ରାଜ୍ୟପାଳ ଙ୍କ ସ୍ୱତନ୍ତ୍ର କ୍ଷମତାପ୍ରାପ୍ତ ଅଧିକାରୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଡ଼ ଚନ୍ଦ୍ରଶେଖର ହୋତା ଙ୍କୁ ସାକ୍ଷାତ ଆଲୋଚନା ପୂର୍ବକ ପଲ୍ଲୀକବି ଙ୍କ ଉପାଧି ପ୍ରତି ସମ୍ମୁଚିତ ବାସ୍ତବବାଦୀ ବିଚାର ନିମନ୍ତେ ଅନୁରୋଧ କରିଥିଲେ।

ପ୍ରକାଶ ଥାଉକି ସମସ୍ତ ବିଭାଗୀୟ ସର୍ବୋଚ୍ଚ ଅଧିକାରୀ ଏଥିପ୍ରତି ତତ୍କାଳ ସମାଧାନ ପାଇଁ ତତ୍ପରତା ପ୍ରକାଶ କରିବା ସହ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଏହି ଅନିଚ୍ଛାକୃତ ତ୍ରୁଟି କୁ ତୁରନ୍ତ ସମାଧାନ କରି ପଲ୍ଲୀକବି ନନ୍ଦକିଶୋର ବଳ ଙ୍କ ଉକ୍ତ ଉପାଧି ଯଥାଯଥ ବୋଲି ସ୍ୱୀକାର କରିଥିଲେ।

Leave a Reply

Your email address will not be published. Required fields are marked *