ଭୁବନେଶ୍ୱର,୨୭/୦୧/୨୦୨୬ (ଓଡ଼ିଶା ସମାଚାର)- ଭୁବନେଶ୍ୱର ବାଲିଯାତ୍ରା କମିଟି ଆନୁକୂଲ୍ୟରେ ୭୭ତମ ସାଧାରଣତନ୍ତ୍ର ଦିବସ ବାଲିଯାତ୍ରା ପଡ଼ିଆଠାରେ ପାଳିତ ହୋଇଯାଇଛି । ପୂର୍ବତନ ସଭାପତି ଅଭୟ ବଡ଼ଜେନା ଜାତୀୟ ପତାକା ଉତୋଳନ କରିଥିଲେ । ସମ୍ବିଧାନ ଆମର ଗୌରବ । ସମ୍ବିଧାନକୁ ଭାରତବର୍ଷର ଜନସାଧାରଣ ସମ୍ମାନ ଦେବା ସବୁଠାରୁ ବଡ଼ କର୍ତବ୍ୟ । ସମ୍ବିଧାନ ଯୋଗୁଁ ଭାରତବର୍ଷର ପ୍ରତ୍ୟେକ ନାଗରିକ ଏକତି୍ରକରଣର କେନ୍ଦ୍ରବିନ୍ଦୁ । ସମ୍ପାଦକ ସୁବାଶ ଚନ୍ଦ୍ର ପାତ୍ର, ଉପସଭାପତି ନବକିଶୋର ବାରିକ, ସନାତନ ସ୍ୱାଇଁ, ସନ୍ତୋଷ କୁମାର ରଥ, ଅକ୍ଷୟ ବେହେରା, ନିରଞ୍ଜନ ସ୍ୱାଇଁ, ଗଜେନ୍ଦ୍ର ବାରିକ, ବିନୋଦ ସାହୁ, ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କର ବରିଷ୍ଠ ସଦସ୍ୟ ଅଭୟ କୁମାର ପରିଜା, ବଂଶୀଧର ବେହେରା, ପ୍ରଭାକର ସ୍ୱାଇଁ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ ।
ଭୁବନେଶ୍ୱର ବାଲିଯାତ୍ରା କମିଟିର ସାଧାରଣତନ୍ତ୍ର ଦିବସ ପାଳିତ
