ସାଲେପୁର,୧୭/୦୮/୨୦୨୬(ଓଡିଶା ସମାଚାର /ଅଭୟ ଜେନା)ସାଲେପୁର ଅଞ୍ଚଳର ଜଣାଶୁଣା ସମାଜସେଵୀ, ସଂଗଠକ, ଜନସେବକ ନନ୍ଦ କିଶୋର ଭୂୟାଁ( ମନୁ) ଙ୍କର ଆଜି ଅପରାହ୍ନ ରେ ହୃଦଘାତ ରେ ପରଲୋକ ଘଟିଛି । ତାଙ୍କର ଆକସ୍ମିକ ବିୟୋଗ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି । 
ସ୍ବର୍ଗତ ଭୂୟାଁ ଯୁବକ ଅବସ୍ଥା ରେ ରାଜନୀତି ରେ ପାଦଦେଇ ସାଲେପୁର ବ୍ଲକ ଯୁବ କଂଗ୍ରେସ ର ସଭାପତି ରହିଥିଲେ । ପରବର୍ତୀ ସମୟରେ ବିଭିନ୍ନ ସାମାଜିକ ସଂଗଠନ ସହ ଯୋଡି ହୋଇ ସାମାଜସେବା ରେ ନିୟୋଜିତ ଥିଲେ । ସାଲେପୁର ସହରାଞ୍ଚଳ ବିକାଶ ପରିଷଦ ମାଧ୍ୟମରେ ଶେଷ ପର୍ଯ୍ୟନ୍ତ ସଂଗ୍ରାମ ଚଳାଇଥିଲେ । ମନୁ ଭୂୟାଁ ଙ୍କର ଆକସ୍ମିକ ବିୟୋଗରେ ରାଜନୈତିକ, ସାମାଜିକ, ସାଲେପୁର ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
