ଜନୈକ ଅଭିଯୋଗକାରୀ ଙ୍କ ଆତ୍ମହତ୍ୟା ଉଦ୍ୟମ
କଟକ ସଦର,୧୭/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ୪୨ ମୌଜା ଜୋନର ୬ ଗୋଟି ପଞ୍ଚାୟତଵାସୀଙ୍କ ପାଇଁ ଆଜି ସୋମବାର ଦିନ କଳପଡା କଲ୍ୟାଣ ମଣ୍ଡପ ଠାରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପକ୍ଷରୁ ଏକ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏଥିରେ ବିଧାୟକ ଙ୍କ ସହିତ ସଦର ଵିଡିଓ ପ୍ରତୀକ ସାହୁ, ସଦର ତହସିଲଦାର ଦେବଦତ୍ତ ପ୍ରଧାନ, ଥାନା ଅଧିକାରୀ ହେମନ୍ତ ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ଶିବିରରେ ୧୨୬ ଅଭିଯୋଗ ପଞ୍ଜିକୃତ ହୋଇଥିବାବେଳେ ସେଗୁଡିକର ସମାଧାନ ପାଇଁ ବିଧାୟକ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। 
ହେଲେ ଦୀର୍ଘ ଦିନ ହେଲା ଅଭିଯୋଗ କରିଆସୁଥିବା ସତ୍ୱେ ସରକାରୀ ସୁବିଧା ସହିତ ଭତ୍ତା ପାଇଵାରୁ ବଞ୍ଚିତ ହୋଇଥିବା ଜନୈକ କୂଳସରିଚୁଆଁ ପଞ୍ଚାୟତ ଵରାଳ ଗ୍ରାମର କୈଳାସ ବେହେରା ଶିବିରରେ ଦାନାଦାର ଵିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଏକ ଅଭାବନୀୟ ଘଟଣା ଜଣାପଡିଛି। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
