ଦଶହରାରେ ଆତ୍ମପ୍ରକାଶ କଲା ‘ ୟୁନିୟନ ଫର କଟକ ସଦର ଡେଭଲପମେଣ୍ଟ ‘

କଟକ ସଦର,୧୧/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଦଶହରାରେ ଆତ୍ମପ୍ରକାଶ କଲା ଏକ ସାମାଜିକ ସଂଗଠନ’ ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ‘।ଏଥିପାଇଁ କଟକ ସଦରର ଜଣାଶୁଣା ଯୁବ ସଂଗଠକ ଓ ସମାଜସେବୀ ତଥା ସିଭି ରମଣ ଇଞ୍ଜିନିୟରିଂ କଲେଜର ପରିଚାଳନା ନିର୍ଦ୍ଦେଶକ ଶିକ୍ଷାବିତ ପ୍ରଫେସର ମନୋଜ ନାୟକ (ଟୁଟନ)ଙ୍କ ଆବାହକତ୍ୱରେ ୪୨ ମୈ।ଜାର ରୟାଲ ପ୍ୟାଲେସ ଠାରେ ଆୟୋଜିତ ହୋଇଥିବା ଏକ ଶାରଦୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଏହା ସ୍ପଷ୍ଟ ହୋଇଛି। ଏଥିରେ ଦଳମତ ନିର୍ବିଶେଷରେ ୫ ଶହରୁ ଊର୍ଦ୍ଧ୍ବ ବୁଦ୍ଧିଜୀବୀ ମାନଙ୍କ ସମେତ ସଂଜୀବ ବିଶ୍ୱାଳ, ଅଭିମନ୍ୟୁ ସାହୁ, ସୂଦର୍ଶନ ଜେନା,ନିର୍ମଳ ଦାସ, ଚନ୍ଦ୍ରଶେଖର ମଲ୍ଲିକ,ପ୍ରଶନ୍ନ ବେହେରା, ଅଶୋକ ସାମଲ,ବିଜୟ ନାୟକ, ସର୍ବେଶ୍ଵର ସ୍ୱ।ଇñ, ଅଜୟ ଲେଙ୍କା, ପ୍ରତାପ ରାଉତ, ପ୍ରକାଶ ମାଝି ପ୍ରମୁଖ ଯୋଗ ଦେଇ ୟୁନିୟନକୁ ଆଗେଇ ନେବାକୁ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ ଏହାର ସଭାପତି ଭାବେ ମନୋଜ ନାୟକ ଦାୟିତ୍ଵ ନେବା ସମ୍ଭାବନା ଅଧିକ ଥିବା ବେଳେ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମନୋନୟନ କରାଯିବ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ଜଣାପଡିଛି। କଟକ ସଦରରେ ଅନେକ ଗୁଡ଼ିଏ ସାମାଜିକ ସଂଗଠନ ଥିବା ବେଳେ ଏହା ସେଥିରେ ଆଉ ଗୋଟିଏ ଫର୍ଦ୍ଦ ଯୋଡ଼ି ହୋଇଗଲା।

Leave a Reply

Your email address will not be published. Required fields are marked *