ଖୋର୍ଦ୍ଧା,୧୨/୨/୨୦୨୪(ଓଡିଶା ସମାଚାର/ଦୀପକ ପ୍ରଧାନ)- ଟାଙ୍ଗୀ ଶିକ୍ଷା ସର୍କଲ ନିରାକାରପୁର କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସ୍ନିଗ୍ଧା ଛୋଟରାୟ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଟାଙ୍ଗୀ ଏବିଇଓ ସୁଧାଂଶୁ ମଞ୍ଜରୀ ଦେବୀ,ସମ୍ମାନୀତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ବିଜୁଜନତା ଦଳର ଉପସଭାପତି ବିପିନ କୁମାର ଜୟସିଂହ, ୧୨ ନଂ ଜିଲ୍ଲା ପରିଷଦ ସଭ୍ୟ ତଥା ଦିଗପହଣ୍ଡି ପର୍ୟ୍ୟବେକ୍ଷକ ବିଜୟ କୁମାର ପାଲଟାସିଂହ, ଟାଙ୍ଗୀ ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମା, ସ୍କୁଲ କମିଟି ସଭାପତି ରବିନ୍ଦ୍ର କୁମାର ବାହିନୀପତି,ମୋ ସ୍କୁଲ ସମ୍ପାଦକ ମୃତ୍ୟୁଞ୍ଜୟ ପ୍ରଧାନ,ପୁରାତନ ଛାତ୍ର ଵିଧୁଭୁଷଣ ମହାରଣା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଗଢିବା ପାଇଁ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା।ପରେ ବାର୍ଷିକ ବିବରଣୀ ପାଠ କରାଯାଇଥିଲା।ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସଙ୍ଗିତ ଓ ନୃତ୍ୟ ପରିବେଷଣ କରିଥିଲେ।ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କ୍ରୁତୀ ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନେ ପ୍ରମାଣପତ୍ର ଦେଇ ସମ୍ମାନୀତ କରିଥିଲେ। ସହକାରୀ ଶିକ୍ଷକ ଦିଲୀପ ଦାସଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।