ପୋଲିସ ଅଧିକାରୀଙ୍କ ନିଶମୁକ୍ତି ଓ ପୁନର୍ବାସ କେନ୍ଦ୍ର ପରିଦର୍ଶନ 

କଟକ, ୧୨/୦୨/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା )ଟାଙ୍ଗୀ – ଚୌଦ୍ଵାର ସ୍ଥିତ ଉଦ୍ଧାର ଫାଉଣ୍ଡେସନ ଦ୍ବାରା ପରିଚାଳିତ କିଶୋର ନିଶାମୁକ୍ତି ଓ ପୁନର୍ବାସ କେନ୍ଦ୍ରରେ ପୋଲିସ ଅଧିକାରୀ ଏବଂ ସମାଜିକ କର୍ମୀ ମାନଙ୍କ ଦ୍ଵାରା ଅନ୍ତେବାସୀ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ସୂଚନା ଅନୁସାରେ ସି ଆଇ ଡି ଇନ୍ସପେକ୍ଟର ତପନ କୁମାର ନାୟକ ଚୌଦ୍ଵାର ସ୍ଥିତ କିଶୋର ନିଶାମୁକ୍ତି ଓ ପୁନର୍ବାସ କେନ୍ଦ୍ରରେ ପହଞ୍ଚି ଅନ୍ତେବାସୀ ଅନାଥ ନାବାଳକ ମାନଙ୍କର ଭଲମନ୍ଦ ବୁଝିବା ସହ ସେମାନଙ୍କୁ ବିସ୍କୁଟ, ଚୁଡ଼ା, ଚାଉଳ ଭଳି ଖାଦ୍ୟ ସାମଗ୍ରୀ ଏବଂ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ଆହୁରି ମଧ୍ୟ ଏହି ଅନୁଷ୍ଠାନକୁ ବିଭିନ୍ନ ସ୍ତରରୁ କିଭଳି ସହଯୋଗ ମିଳିପାରିବ ସେ ବିଷୟରେ ଉଦ୍ଧାର ଫାଉଣ୍ଡେସନ ସଭାପତି ନରତ୍ତୋମ ଦାସଙ୍କ ସହିତ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସିଆଇଡି ଇନ୍ସପେକ୍ଟର ତପନ କୁମାର ନାୟକ ଙ୍କ ସମେତ ବହୁ ପୋଲିସ କର୍ମଚାରୀ, ସାମାଜିକ କର୍ମୀ ମୁକେଶ କୁମାର ଜ୍ୟୋତିଷ, ଲିପନ ପ୍ରଧାନ, ଇଞ୍ଜିନିୟର ସୁଶାନ୍ତ ସାହୁ ଓ ସୁରେଶ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *