ଜାତୀୟ ବାଳିକା ଦିବସ ଅବସରରେ ପ୍ରତିଯୋଗିତା

ଗରଦପୁର,୨୩/୦୧/୨୦୨୫ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ନଇନ୍ଦିପୁର ଉଚ ବିଦ୍ୟାଳୟ ପରିସରରେ ଜାତୀୟ ବାଳିକା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି ।  ଗରଦପୁର ବ୍ଲକ୍ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିୀତ ଉତ୍ସବରେ ସହ ଶିକ୍ଷା ଅଧିକାରୀ ମନୋରଂଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ସହ ଶିକ୍ଷା ଅଧିକାରୀ ଗତିକୃଷ୍ଣ ଦାସ ଓ ମୁଖ୍ୟ ବକ୍ତା ରୂପେ ସହ ଶିକ୍ଷା ଅଧିକାରୀ ବଳଦେବ ପ୍ରସାଦ ଉପାଧ୍ୟାୟ ଓ ସମ୍ମାନିତ ଅତିଥି ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ଶତପଥି, ନୋଡ଼ାଲ ସିଆରସିସି ଅମିୟ ରଂଜନ ବାରିକ , ସିଆରସିସି ରତ୍ନାକର ମାହାଳି , ଅବସରପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ସାହୁ  ପ୍ରମୁଖ ଯୋଗଦେଇ ଜାତୀୟ ବାଳିକା ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସିଆରସିସି ଦୀପକ କୁମାର ଜେନା ସଂଯୋଜନା କରିଥିଲେ । ଏଥିରେ ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ରୀମାନେ ଅଂଶ ଗ୍ରହଣ କରି ସଙ୍ଗିତ, ନୃତ୍ୟ , କୁଇଜ, ଗଣିତ , ବକ୍ତୃତା , ତର୍କ ଆଦି ବିଭାଗରେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଥିଲେ । ୧ମ ଓ ୨ୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଭା ଜିଲା ସ୍ତରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି କାର୍ଯ୍ୟକ୍୍ରମରେ ସିଆରସିସି ସରୋଜ କୁମାର ଦାସ, ଅରୁଣ କୁମାର ଦାସ , ଉମେଶ ଜେନା , ରାଜୀବ ସ୍ୱାଇଁ, ଉମାକାନ୍ତ ମାହାଳି, କୁନୁଶ୍ରୀ ବେହେରା ଓ ନର୍ମଦା ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସିଆରସିସି ଜୀବ ଜ୍ୟୋତି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *