ପରମହଂସନାଥଙ୍କ ମନ୍ଦିର ରୂପାନ୍ତରଣ ପାଇଁ ଶୁଭ ଶିଳାନ୍ୟାସ

କଟକ ସଦର,୧୨/୦୨/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ପୂର୍ବାଞ୍ଚଳ ପ୍ରାଚୀନ ତଥା ପ୍ରସିଦ୍ଧ ଶୈବପୀଠ ପରମହଂସନାଥଙ୍କ ମନ୍ଦିରର ୪ କୋଟି ୯୬ ଲକ୍ଷ ୪୦ ହଜାର ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ରୂପାନ୍ତରଣ ପାଇଁ ଆଜି ସୋମବାର ପୂର୍ବାହ୍ନରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଶୁଭ ଶିଳାନ୍ୟାସ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଵିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ସିଂହ, ଜିଲ୍ଲା ଉପସଭାପତି ସମର ବେହେରା,ଵ୍ଲକ ସଭାପତି ପ୍ରମୋଦ ମହାପାତ୍ର,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି, ସରପଂଚ ଅଶୋକ ପାତ୍ର, ପୂର୍ବତନ ସରପଂଚ ଅକ୍ଷୟ ପରିଡ଼ା, ବିଭୁତି ଭୁଷଣ ପରିଡ଼ା, ଦଇତାରୀ ବେହେରା,ଶରତ ରାୟ, ସୁବୋଧ ବେହେରା, ହିମାଂଶୁ ଦାସ, ନିରଞ୍ଜନ ବେହେରା, ଜଗନ୍ନାଥ ପଣ୍ଡା,ମାନସ ରଣା ଙ୍କ ସମେତ ରାସ୍ତା ଓ କୋଠାବାଡ଼ି କଟକ ୨ ଵିଭାଜନର ଅଧିକ୍ଷଣ ଯନ୍ତ୍ରୀ ଅନୁପ କୁମାର ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଅଞ୍ଜନ କୁମାର ବଳ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ୪ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଉନ୍ନତିକରଣ ହେବାକୁ ଥିବା ବହୁ ପ୍ରତିକ୍ଷିତ ଯଶପଡା ନାଥସାହି ଠାରୁ ଶଗଡ଼ି ପାଟଣା ଭାୟା ଯଶପଡା ସାମଲ ସାହି ୫ କିମି ରାସ୍ତାର ଶିଳାନ୍ୟାସ ଵିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ କରକମଳରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ତଥା କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ବ୍ଲକ ଵିଜେଡି ସଭାପତି ପ୍ରମୋଦ ମହାପାତ୍ର, ବ୍ଲକ ଆତ୍ମା ସଭାପତି ରଜନୀ କାନ୍ତ ସାହୁ, ସରପଂଚ ମିନତୀ ସେଠୀ, ସୁଶାନ୍ତ ସାହୁ, ଵିଭୂଦତ୍ତ ରାଉତରାୟ, ଅର୍ଜୁନ ମଲ୍ଲିକ, ଗ୍ରାମ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଶଶିକାନ୍ତ ମାଝି ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *