ଚିତ୍ରୋତ୍ପଳା ଉପରେ ଜଗନ୍ନାଥପୁର – ରାମଚନ୍ଦ୍ରପୁର ସେତୁ ପାଇଁ ପୂର୍ତ୍ତ ମନ୍ତ୍ରୀଙ୍କୁ ଭେଟି ଦାବି କଲେ ତେଜେଶ୍ୱର

 ଗରଦପୁର ୧୬/୦୮/୨୦୨୬ (ଓଡ଼ିଶା ସମାଚାର)-ପାଟକୁରା ନିର୍ବାଚନ ମଣ୍ଡଳୀର ଦୁଇ ପ୍ରମୁଖ ଅଞ୍ଚଳ ଗରଦପୁର ବ୍ଲକର ଜଗନ୍ନାଥପୁର ଓ ରାମଚନ୍ଦ୍ରପୁର ମଧ୍ୟରେ ଚିତ୍ରୋତ୍ପଳା ନଦୀ ଉପରେ ଏକ High Level Bridge ନିର୍ମାଣ ପାଇଁ ଆଜି ପାଟକୁରା ବିଜେପି ବିଧାୟକ ପ୍ରାର୍ଥୀ ତେଜେଶ୍ୱର ପରିଡ଼ା ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କୁ ଭେଟି ଲିଖିତ ଦାବି ଜଣାଇଛନ୍ତି  |

ଏହା ସହ ପାଇକା – ଚିତ୍ରୋତ୍ପଳା ଓ ଲୁଣା – ଚିତ୍ରୋତ୍ପଳା ଦ୍ବୀପାଞ୍ଚଳବାସୀଙ୍କର ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି | ଜଗନ୍ନାଥପୁର ହନୁମାନ ଗଡା଼ ଠାରୁ ରାମଚନ୍ଦ୍ରପୁର ସେଠୀ ସାହି ନଦୀ ତୁଠ ପର୍ଯ୍ୟନ୍ତ ଏହି ପ୍ରସ୍ତାବିତ ସେତୁ ସ୍ଥାନରେ ଅନେକ ବର୍ଷ ଧରି ଘାଟ ଚାଲିଆସୁଥିଲା  | କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ତଥା ପ୍ରଭୁ ବଳଦେବାଜଉ କ୍ଷେତ୍ରକୁ ମା ଶାରଳା ଓ ବାବା ଗୋରଖନାଥ ପୀଠକୁ ସଂଯୋଗ ପାଇଁ ଆଉ ଏକ ବାଟ ଫିଟିବ  | ସେହିଭଳି ସ୍ଥାନୀୟ ଅଞ୍ଚଳବାସୀ ପାଟକୁରା ମେଡିକାଲ, ଥାନା, ନଇନ୍ଦିପୁର ହାଇସ୍କୁଲ, ଅଗ୍ନିଶମ କେନ୍ଦ୍ର, କାମେଶ୍ୱର ମହାଦେବ ପୀଠ, ପୁନ୍ଦାଳ ହାଟ ଇତ୍ୟାଦି ସ୍ଥାନକୁ ସଂଯୋଗ ଅତି ସହଜ ହେବ  |

ଆଗାମୀଦିନରେ ଚିତ୍ରୋତ୍ପଳା ନଦୀର ଉଭୟ ପାର୍ଶ୍ଵ ବନ୍ଧର  ପ୍ରଶସ୍ତିକରଣ ଓ ସୁଦୃଢ଼ୀକରଣ କରାଯିବ | ଗରଦପୁର ଓ ମାର୍ଶାଘାଇ ବ୍ଲକର ଅଂଚଳବାସୀଙ୍କ ନିତିଦିନିଆ କାମରେ ଏହି ଜଗନ୍ନାଥପୁର – ରାମଚନ୍ଦ୍ରପୁର ସେତୁ ବ୍ୟାପକ ସହାୟକ ହେବ  | ଏହି ପୋଲ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ସମ୍ପୂର୍ଣ୍ଣ ସକ୍ରିୟତାର ସହ ବିଚାର କରିବ ବୋଲି ରାଜ୍ୟ ପୂର୍ତ୍ତ, ଆଇନ ଓ ଅବକାରୀ ବିଭାଗଗୁଡିକର ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ଵୀରାଜ ହରିଚନ୍ଦନ ଆଜି ପାଟକୁରା ବିଜେପି ବିଧାୟକ ପ୍ରାର୍ଥୀ ତେଜେଶ୍ୱର ପରିଡ଼ାଙ୍କୁ ପ୍ରତିଶୃତି ଦେଇଛନ୍ତି  | କିଛିଦିନ ପୂର୍ବରୁ ତେଜେଶ୍ୱର ନଦୀର ଉଭୟପାର୍ଶ୍ଵ ଗାଁ ଓ ନଦୀବନ୍ଧ ପରିଦର୍ଶନ କରିବା ସହ ସ୍ଥାନୀୟ ନେତୃବୃନ୍ଦ ଓ ବୁଦ୍ଧିଜୀବିମାନଙ୍କ ସହ ଏହି ସେତୁ ବିଷୟରେ ଆଲୋଚନା କରିଥିଲେ   |

Leave a Reply

Your email address will not be published. Required fields are marked *