ଆଇ.ଜି. ପାର୍କ ମର୍ଣ୍ଣିଂ ଓ୍ବାକର୍ସ ଆସୋସିଏସନର ସ୍ବାଧିନତା ଦିବସ ପାଳନ

ଭୁବନେଶ୍ବର,୧୬/୦୮/୨୦୨୬ (ଓଡ଼ିଶା ସମାଚାର)-୮୦ତମ ସ୍ବାଧୀନତା ଦିବସ ଉପଲକ୍ଷେ ଇନ୍ଦିରାଗାନ୍ଧୀ ପାର୍କସ୍ଥିତ ମର୍ଣ୍ଣିଂ ଓ୍ବାକର୍ସ ଆସୋସିଏସନ ପକ୍ଷରୁ ପାର୍କ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।  ଏଥିରେ ଆର.ଡବ୍ଲ୍ୟୁ.ଏସ.ଏସ.ର ଅବସରପ୍ରାପ୍ତ ଇଞ୍ଜିନିୟର ଇନ୍ ଚିଫ୍  ହାଡିବନ୍ଧୁ ବେହେରା  ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସ୍ବାଧୀନତା ଦିବସର ମହତ୍ତ୍ବ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।

ଆସୋସିଏସନର ଆବାହକ ତଥା ସଚିବାଳୟ କର୍ମଚାରୀ ସଂଘର ନେତା ଚିତ୍ତରଞ୍ଜନ ହୋତା , କ୍ରୀଡା ସଂଗଠକ ଶକ୍ତିରଞ୍ଜନ ମହାନ୍ତି, ଓ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତିଙ୍କ ଆବାହକତ୍ବରେ ଏହି ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ପତିତପାବନ ନାଥଶର୍ମା, ଅନିଲ ପଣ୍ଡା,  ମୋହନ ପ୍ରଧାନ, ଲିପନ ସାହୁ, ରବିନ୍ଦ୍ର କୁମାର ମଣ୍ଡଳ, ରାଜେଶ ଦାସ, ଜିତେନ୍ଦ୍ର କୁମାର କର, ସୁଶାନ୍ତ କୁମାର ଦାଶ, ନିଳୟ ଘୋଷ, ବରିଷ୍ଠ  ସାମ୍ବାଦିକ ରମେଶ ଚନ୍ଦ୍ର ମହାନ୍ତି, ପ୍ରାଣପ୍ରିୟ ପାଢ଼ୀ, ବିରଞ୍ଚି ପାତ୍ର , ରାଜକିଶୋର ନାୟକ, ମନ୍ମଥ ପାତ୍ର, ପ୍ରଭାକର ମଲ୍ଲିକ୍ ,ସୁରେନ୍ଦ୍ର ପଣ୍ଡା , ଏମ୍. ଡି. ଜମାନ, ବିଭୂତି ଭୂଷଣ ପତି , ପ୍ରଦୀପ ଦାଶ, ପ୍ରକାଶ ପାତ୍ର, ବଜେନ୍ଦ୍ର ପାତ୍ର, ନଟକୃଷ୍ଣ ପଣ୍ଡା, ଦେବେନ୍ଦ୍ର ଛୋଟରାୟ, ସ୍ବାମୀ ନିତ୍ୟାନନ୍ଦ ସାହୁ, ଗୋବିନ୍ଦ ଦାସ , ପ୍ରସନ୍ନ ତ୍ରିପାଠୀ ପ୍ରମୁଖ ଶତାଧିକ ମର୍ଣ୍ଣିଂ ଓ୍ବାକର ଯୋଗଦେଇ ” ବନ୍ଦେ ମାତରଂ”  ଜାତୀୟ ଗାନ ସହ ” ଜନଗଣ ମନ…” ରାଷ୍ଟ୍ରୀୟ ସଙ୍ଗୀତ ଗାନ କରି “କୌମୀ ଏକତା”  ଧ୍ବନୀ ଦେଇଥିଲେ ।

Leave a Reply

Your email address will not be published. Required fields are marked *