ଲକ୍ଷ୍ମୀପୁର ୧୬/୦୮/୨୦୨୬ (ଓଡିଶା ସମାଚାର /ପ୍ରମୋଦ ଜେନା)କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ରେ ଦେଶର ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି । ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠନ,କାର୍ଯ୍ୟାଳୟ ମାନଙ୍କରେ ଏହି ପବିତ୍ର ଦିବସ ପାଳନ କରା ଯାଇଛି।ସଦର ମହକୁମା ରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ପ୍ୟାରେଡ ରେ ବାହାରି ସହର ପରିକ୍ରମା ପୂର୍ବକ ବଜାର ମଝିରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେ ପକାଇ ଭାରତ ମାତାକି ଜୟ ନାରା ଦେଇଥିଲେ।

ଲଘୁଚାପ ବର୍ଷା ସବୁ କ୍ଷେତ୍ରରେ ବାଧା ସୃଷ୍ଟି କରିଥିଲେବି ଏହା ଦେଖିବାକୁ ବଜାର ମଝିରେ ଲୋକେ ଭିଜି ଭିଜି ଭିଡ଼ ଜମାଇଥିଲେ।ଏଇ କ୍ଷେତ୍ରରେ ସାଙ୍ଗାନ୍ନା ହାଇସ୍କୁଲ ଓ ସରସ୍ବତୀ ଶିଶୁ ମନ୍ଦିର ରେ ମଧ୍ୟ ପତାକା ଉତ୍ତୋଳନ କରାଯାଇଥିଲା। ସେହିପରି ନବ ନିର୍ମିତ ଲକ୍ଷ୍ମୀପୁର ପ୍ରେସ କ୍ଲବ ଠାରେ ବି ପ୍ରଥମ କରି ପତାକା ଉତ୍ତୋଳନ କରାଯାଇ ଥିଲା।କ୍ଲବ ର ସଭାପତି ଯୁଧିଷ୍ଠିର ବାଘ, ସମ୍ପାଦକ ପ୍ରଫୁଲ୍ଲ ଖସଲା ଙ୍କ ସମେତ ସ୍ଥାନୀୟ ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଙ୍ଗି ଙ୍କ ସମେତ ଶିଶୁ ବିକାଶ କାର୍ଯ୍ୟାଳୟ ର କର୍ମଚାରୀ,ଆକୃତି ପରିଧାନ ର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ କ୍ଲବ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
